November 13, 2025
Home » ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘର ସାଧାରଣସଭା ଅନୁଷ୍ଠିତ l

ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘର ସାଧାରଣସଭା ଅନୁଷ୍ଠିତ l

0
WhatsApp Image 2025-10-26 at 2.58.52 PM

ସୁବର୍ଣ୍ଣପୁର : ବୌଦ୍ଧ ସହର ସ୍ଥିତ ଗାୟତ୍ରୀ ମନ୍ଦିର ଠାରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ଉପ ସଭାପତି ବୈଦ୍ୟରାଜ ସନ୍ତୋଷ କୁମାର ବାରିକଙ୍କ ସଭାପତିତ୍ୱ କରିଥିଲେ l ସମ୍ପାଦକ ପ୍ୟାରୀ ମୋହନ ଶତପଥି ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ l ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟ ସଙ୍ଘ ସଭାପତି ଉପେନ୍ଦ୍ର ମେହେର ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥି ଭାବେ ସମ୍ପାଦକ ଲିଙ୍ଗରାଜ ମେହେର ଯୋଗଦେଇ ତାଙ୍କର ଅନୁଭୂତି ଉପସ୍ଥାପନା କରିଥିଲେ ଓ ମୁଖ୍ୟ ବକ୍ତା ଭାବେ ପରିବେଶବିତ ତଥା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଉଦ୍ଭିଦବିଜ୍ଞାନ ଅଧ୍ୟାପକ ଡ଼ ପ୍ରବୀର କୁମାର ଦାସ ଯୋଗଦେଇ ବୈଦ୍ୟ ସଙ୍ଘକୁ ସରକାରୀ ସ୍ତରରେ ପଞ୍ଜିକରଣ ଓ ସରକାରୀ ଜମି ଅଧିଗ୍ରହଣ ସହିତ ସଂଜୀବନୀ ଭେଷଜ ଉଦ୍ୟାନ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଆଲୋଚନାରେ ନିର୍ଗୁଣ ମହାକୁଡ଼, ଖଦାଳ ପ୍ରଧାନ, ନିରଞ୍ଜନ ନାଗ, ସୁଶାନ୍ତ କୁମାର ପ୍ରଧାନ, ଜ୍ୟୋତିରଞ୍ଜନ ମାହାଣା,ଅଚ୍ୟୁତlନନ୍ଦ କରଡ଼ିଆ, ବିଛନ୍ଦ ଦେହୁରୀ, ଭୁବନ ପ୍ରଧାନ,ଧରଣୀଧର ମେଣ୍ଡିଲି, ପ୍ରଫୁଲ୍ଲ ସାହୁ, ସଦାଶିବ ନାୟକ, କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆଲୋଚନା ପ୍ରକାରେ ବୈଦ୍ୟ ସଙ୍ଘ କମିଟି ପୁନଃଗଠନ ସହିତ ପଞ୍ଜିକରଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା l ଆସନ୍ତା ତା 03/11/25 ରିଖ ଦିନ 10ଘଣ୍ଟା ସମୟରେ ବୌଦ୍ଧ ଡମ୍ବରୁଗଡ଼ ମଠ ଠାରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବୈଦ୍ୟ ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା l ଏହି ଅବସରରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ନୂତନ କମିଟି ଗଠନ କରି କର୍ମକର୍ତ୍ତା ଚୟନ କରାଯାଇଥିଲା l ଉପଦେଷ୍ଟା ଭାବେ ସୁଧୀର କୁମାର କର୍ଣ୍ଣ, ଓ ଡ. ପ୍ରବୀର କୁମାର ଦାସ, ଆଇନ ପରାମର୍ଶଦାତ୍ତା ଅଭୟ କାନ୍ତ ପାଠକ, ମାର୍ଗଦର୍ଶକ ଭାବେ ଡା. ସୂର୍ଯ୍ୟ ନାରାୟଣ ସାହୁ ଓ ଡା. ନିରାକାର ବେହେରା,ସଭାପତି ସନ୍ତୋଷ କୁମାର ବାରିକ,ଉପ ସଭାପତି ପ୍ୟାରୀମୋହନ ଶତପଥି,ସମ୍ପାଦକ କୃତ୍ତିବାସ ପଲିଆ, କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ମlହାଣାଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା l ଶେଷରେ କୃତ୍ତିବାସ ପଲିଆ ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ

Leave a Reply

Your email address will not be published. Required fields are marked *