February 5, 2026
Home » ବୌଦ୍ଧ ପାଇଁ ଗର୍ବ ଓ ଗୌରବ :ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା

ବୌଦ୍ଧ ପାଇଁ ଗର୍ବ ଓ ଗୌରବ :ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା

0
WhatsApp Image 2026-01-11 at 2.41.36 PM

ସୁବର୍ଣ୍ଣପୁର: ଭାରତ ସରକାରଙ୍କ ଦ୍ୱାରା ୬୯ ତମ ୧୭ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଚଳିତ ଜାନୁଆରୀ ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡ ର ରାଞ୍ଚି ରେ ଆୟୋଜିତ ହୋଇଥିଲା । ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାଦଳ ରେ ବୌଦ୍ଧ ଜିଲ୍ଲାର ଟେନିଶା ମେହେର ଭାଗ ନେବାସହ ଓଡ଼ିଶା ରାଜ୍ୟ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ୟର ଗୌରବ ରଖିଛନ୍ତି । ଟେନିଶା ମେହେର ବୌଦ୍ଧଭଳି ଗୋଟିଏ ଛୋଟଜିଲ୍ଲା ରୁ ଯାଇ ରାଜ୍ୟଦଳରେ ଜାତୀୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବି ତଥା ଜନସାଧାରଣ ପ୍ରଶଂସା କରିବା ସହିତ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ , ସମ୍ପାଦକ ଅର୍ଜୁନ କଅଁର , ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ମିନୁ ପ୍ରସାଦ ମିଶ୍ର , ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ମଲ୍ଲିକ ଶୁଭେଚ୍ଛା ଜଣେଇବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଟେନିଶାଙ୍କ ଏହି ସଫଳତା ଖବର ପାଇବାପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଅଟନ୍ତି ଓ ସେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *