ବ୍ରହ୍ମପୁରରେ କର୍ଲଅନ୍ ମାଟ୍ରେସ ଏକ୍ସକ୍ଲୁସିଭ ସୋ-ରୁମ୍ ଉଦଘାଟିତ

ବ୍ରହ୍ମପୁର ଗିରିଜା ଛକ ଉର୍ବାନ ବ୍ୟାଙ୍କ ରୋଡ ଠାରେ ଥିବା ହିମାଳୟ ହ୍ୟାଣ୍ଡଲୁମ୍ସ ପକ୍ଷରୁ କର୍ଲଅନ ହୋମସ୍ ବୁଧବାର ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁରରେ କର୍ଲଅନ୍ କମ୍ପାନୀର ଏହି ପ୍ରଥମ ଏକ୍ସକ୍ଲୁସିଭ ସୋ-ରୁମରେ କମ୍ପାନୀର ବିଭିନ୍ନ ପ୍ରକାର ବେଡ଼ସିଟ୍, ମାଟ୍ରେସ୍ ଓ ପିଲୋ ଉପଲବ୍ଧ ରହିଛି । ଗ୍ରାହକଙ୍କ ପାଇଁ ଏଠାରେ ଅର୍ଥୋ ମାଟ୍ରେସ୍ ଓ ଲଟେକ୍ସ ମାଟ୍ରେସ୍ ଶୁଲଭ ଦରରେ ଉପଲବ୍ଧ ରହିଛି।
ସୋ-ରୁମର ମାଲିକ ନାରାୟଣ ଖୁରାନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ରଶ୍ମି ଏଣ୍ଟର ପ୍ରାଇଜେସ ମାଲିକ କେ ରାଜ କୁମାର ସେନାପତି ଏବଂ ଓଡ଼ିଶା ହେଡ ଏସ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । କମ୍ପାନୀର ବ୍ରହ୍ମପୁର ମ୍ୟାନେଜର ପ୍ରୁଥିରଜ୍ ବାରିକ ସମେତ ସୋ-ରୁମ୍ କର୍ମଚାରୀ ଓ ହିମାଳୟ ହ୍ୟାଣ୍ଡଲୁମ୍ସର କର୍ମଚାରୀ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )