December 23, 2025
Home » ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୫ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ

ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୫ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ

0
WhatsApp Image 2025-11-17 at 11.50.33 AM

ବ୍ରହ୍ମପୁର: ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଏକ ଫିଲ୍ମ ଷ୍ଟୁଡିଓ ଏବଂ ଡିଜିଟାଲ ଲ୍ୟାବ ନିର୍ମାଣର ଦାବି ତଥା ଆମ ଅଞ୍ଚଳର କଳାକାର, ଶିଶୁ ଓ ଯୁବପିଢ଼ିଙ୍କୁ ଚଳଚ୍ଚିତ୍ର ଦୁନିଆରେ ପ୍ରତିଷ୍ଠିତ କରାଇବାର ଉଦ୍ଦେଶ୍ୟ ନେଇ ‘ଲକ୍ଷ୍ୟ ଓ ବ୍ରହ୍ମପୁର ଫିଲ୍ମ ଆପ୍ରୋସିଏସନ କ୍ଳବ ପକ୍ଷରୁ ଗଞ୍ଜାମ କଳା ପରିଷଦ ଠାରେ ‘ବ୍ରହ୍ମପୁର ଚଳଚ୍ଚିତ୍ର ମହୋତ୍ସବ – ୨୦୨୫’ ଆୟୋଜିତ ହୋଇଯାଇଛି ।ଲକ୍ଷ୍ୟ ର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଧାରାବାହିକ ଅଭିନେତା ଅଭିଷେକ ଓ ସତ୍ୟ ନାରାୟଣ ଉଦଘାଟନ କରିଥିଲେ। ସେହି ପରୀ ମେଜର ରମାରମଣ ପାଢ଼ୀ, ଡ଼ା ରାଜେନ୍ଦ୍ର ବେହେରା, କୃଷ୍ଣ ଚରଣ ସିଂହ, ଶୁଶାନ୍ତ ସାବତ, ମନୋଜ୍ ଦଣ୍ଡପାଟ୍, ସିମାଞ୍ଚଳ ବାରିକ, କେଦାର ଆପ୍ତା ପ୍ରମୁଖ ଯୋଗ ଦେଇଥିଲେ ।ଦିନ ସାରା ସାରା ଭାରତରୁ ଭାଗ ନେଇଥିବା ଏନିମେସନ୍, ଡକ୍ୟୁମେଣ୍ଟାରୀ, ସର୍ଟ ଫିଲ୍ମ ଓ ଫିଚର ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ସଂଧ୍ୟାରେ ପୁରସ୍କାର ବିତରଣୀ ସମାରୋହରେ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାଶଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ତଥା ଲାଇଫ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ।

ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ ।ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଗା ରାଓ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ପତି, ଧାରାବାହିକ ନିର୍ଦ୍ଦେଶକ ଆଲୋକ କୁମାର ପରିଡ଼ା, ଅଭିନେତା ଅରବିନ୍ଦ ଷଡ଼ଙ୍ଗୀ, ଗଣେଶ୍ବର ମହାରଣା ଓ ମାଂକେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି, ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନଙ୍କୁ ସିନେ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ, ୨୫ଟି ତ୍ୟାନ୍ସ ଗ୍ରୁପ୍‌ର ନୃତ୍ୟବିତ୍, ଫିଲ୍ମ ସମ୍ପର୍କିତ କର୍ମଶାଳା ସାମିଲ ହୋଇଥିଲା। କାର୍ଯ୍ୟକ୍ରମରେ ସଂଯୋଜିକା ରଶ୍ମିତା ଦଳାଇ,ଉପାଧ୍ଯକ୍ଷ ସାଇକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ, ଲକ୍ଷ୍ମୀନାରାୟଣ ସାବତ, ରତ୍ନାକର ସିଅ, ରୁଦ୍ର ନାରାୟଣ ନାୟକ, ଦୀପକ ଷଡ଼ଙ୍ଗୀ, ରାଜେଶ ପାତ୍ର, ଅଜିତ ନାହାକ,ମହାନ ଦିବ୍ୟାତ୍ମନ ସାମଲ ପ୍ରମୁଖ ସହଯୋଗ କରିଥିଲେ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *