ବ୍ରିଜ ତଳକୁ ଖସିଲା ବସ, ୧୩ ଯାତ୍ରୀ ଆହତ, ମେଡିକାଲ ରେ ଭର୍ତ୍ତି
ସୁବର୍ଣ୍ଣପୁର: ଆଜି ସକାଳ ଭୋର୍ ୫ ଟା ବେଳେ ଭୁବନେଶ୍ୱର ରୁ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଦେଇ ବରଗଡ ବିଜେପୁର ଯାଉଥବା ଘରୋଇ ବସ ଜୟଭୋଲେ (OD 31-K 9099 ) ସିଂହିଜୁବା ଠାରେ ବ୍ରିଜ ତଳକୁ ଓଲଟି ପଡି ଥିବାରୁ ବହୁ ଯାତ୍ରୀ ଗୁରୁତର ଆହତ ହେଇଥିବା ଖବର ମିଳିଛି l ଖବର ପାଇ ବିନିକା ଅଗ୍ନିଶମ ବିଭାଗ ଓ ରାମପୁର ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଜଣ ମହିଳା ଓ ୮ ଜଣ ପୁରୁଷ ଯାତ୍ରୀ ସମୁଦାୟ ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବିନିକା ମେଡିକାଲ୍ କୁ ପହଞ୍ଚାଇ ଥିବା ଜଣାପଡ଼ିଛି l

ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଲା ନା ଡ୍ରାଇଭର ମଦ୍ୟପାନ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ l ଦୁର୍ଘଟଣା ଖବର ପାଇ ସକାଳ ୭ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସପି ନାରାୟଣ ନାୟକ ବିନିକା ମେଡିକାଲ୍ କୁ ତୁରନ୍ତ ପହଞ୍ଚି ଆହତ ରୋଗୀ ଙ୍କ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ରୋଗୀ ଙ୍କ ଉଚ୍ଚ ଚିକିତ୍ସା ପାଇଁ ମଧ୍ଯ ସମସ୍ତ ବ୍ୟବସ୍ଥା କରାଇଥିବା ଜଣାପଡ଼ିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
