ବ୍ଲକ ସ୍ତରୀୟ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ୧୫/୨/୨୫ ତାରିଖରେ ଏକ ବ୍ଲକ ସ୍ତରୀୟ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲୁ ଯୋଗ ଦେଇଥିଲେ। ଅନ୍ୟତମ ବିଶିଷ୍ଠ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ। ଏହି
କାର୍ମଶାଳାରେ ୨୦୦ କଲେଜ ଛାତ୍ରୀ ଓ ୧୦୦ ଅନ୍ୟାନ୍ୟ ମହିଳା ମାନେ ଯୋଗଦାନ କରିଥିଲେ । ବରିଷ୍ଠ ଓକିଲ ଅଶୋକ କୁମାର ପଟ୍ଟନାୟକ ଆଇନ ସଚେତନତା ଉପରେ ଶ୍ରୋତା ମାନଙ୍କୁ ବୁଝାଇ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ