ବ୍ଲକ ସ୍ତରୀୟ ନିରନୁର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରୁକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପାଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀଯୁକ୍ତ ସାହୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମ ଲ୍ୟ ପ୍ରଦାନ ପୂର୍ବକ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଏବଂ ସେ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ଆମ୍ଭେମାନେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମରେ ଗୁଣାତ୍ମକ ମାନ ରକ୍ଷା କରିବା ସହ ପ୍ରକଳ୍ପ ଗୁଡିକର ଦୀର୍ଘସ୍ଥାୟିତ୍ବ ପ୍ରତି ଧ୍ୟାନ ଦେଲେ ନିରନ୍ତର ବିକାଶ ସାଧନ ହୋଇପାରିବ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଉପନିର୍ଦେଶକ ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ଦଳାଇ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଶ୍ରୀଯୁକ୍ତ ଧନପତି ଇନ୍ଦ୍ରଜିତ ଏବଂ ପିରାମଲ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀଯୁକ୍ତ ରାଜାରାମ ମଲ୍ଲିକ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଞ୍ଚାୟତ ସମିତିର ଅଧୂକାରୀ, କର୍ମଚାରୀ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଶ୍ରୀ ସୁବ୍ରତ ମହାରଣା, ଶ୍ରୀ ଲକ୍ଷ୍ମୀଧର ବାଗ ଓ ଯୋଜନା କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ପ୍ରଶିକ୍ଷଣ ପରେ ପ୍ରଶିକ୍ଷ ର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମଟିର ପରିସମାପ୍ତି ଘୋଷଣା କରାଯାଇଥିଲା ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
