February 10, 2026
Home » ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

0
WhatsApp Image 2025-05-20 at 3.02.45 PM (1)

କଟକ ଜିଲ୍ଲାର ବଡ଼ମ୍ବା ବ୍ଲକରେ ଆଜି ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତିଟି ଗାଁରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କରାଯାଉଛି। ଓଡ଼ିଶାର ସମସ୍ତ ବ୍ଲକ ଅର୍ଥାତ୍‌ ୩୧୪ଟି ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ। ଏଥିପାଇଁ ସରକାରଙ୍କ ତରଫରୁ ୪୧୨୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ଆଗାମୀ ଦିନରେ ଓଡ଼ିଶାର ପ୍ରତିଟି ଗାଁରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ସୃଷ୍ଟି କରିବାରେ ସହାୟକ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *