March 25, 2026
Home » ବ୍ଳକ ପରିସରରେ ମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

ବ୍ଳକ ପରିସରରେ ମନ୍ତ୍ରୀଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ

0
WhatsApp Image 2026-03-23 at 8.02.57 PM (2)

 

ପୋଲସରା:  ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଙ୍କ କରକମଳରେ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ବ୍ଳକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ୧୩୪ ଟି ପ୍ରକଳ୍ପ,ଗ୍ରାଣ୍ଟ ଇନ୍ ଏଡ୍ ଅନ୍ତର୍ଗତ ୬୦ ଟି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠି ଅନ୍ତର୍ଗତ ୧୩ ଟି ପ୍ରକଳ୍ପ, ବିଧାୟକ ପାଣ୍ଠି ଅନ୍ତର୍ଗତ ୨୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାମୁହିକ ଭାବରେ ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହାସହିତ ଜଳ ସେବା ଶିବିର ଓ ପଞ୍ଚାୟତ ସମିତି ଅଧିନସ୍ଥ ଭିଡିଓ କନଫରେନ୍ସ ହଲର ଶୁଭ ଉଦ୍ଘାଟନ କରିଥିଲେ। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ,ଝୁନୁ ଦାସ, ସାଂସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ଯୁବନେତା ପ୍ରଭାକର ପଣ୍ଡା ସମେତ ୨୬ ଗୋଟି ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *