February 5, 2026
Home » ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ସହ ମକର ଉତ୍ସବ ପାଳିତ

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ସହ ମକର ଉତ୍ସବ ପାଳିତ

0
WhatsApp Image 2026-01-14 at 9.22.05 PM

ଭୁବନେଶ୍ୱର : ଜନମଙ୍ଗଳ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି | ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠାନ ପକ୍ଷରୁ ବ୍ୟାସକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ କରାଯାଇଥିଲା | ଉପସ୍ଥିତ ବୁଦ୍ଧିଜୀବୀ ମାନେ ଏହି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତିଚାରଣ କରି କହିଥିଲେ କି,ଫକୀରମୋହନ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

 

ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଓଡ଼ିଶାରେ ଆଧୁନିକ କଥା ସାହିତ୍ୟର ବିକାଶଧାରାକୁ ସେ ହିଁ ଆରମ୍ଭ କରିଥିଲେ ଯାହା ଆଜି ଯାଏ ଚାଲିଆସିଛି | ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ | ବର୍ତ୍ତମାନ ସମୟରେ ଯେଉଁଭଳି ଓଡ଼ିଶାରେ ଓଡିଆ ଭାଷାର ହତାଦର ହେଉଛି ସେଥି ପାଇଁ ଚିନ୍ତା କରିବାର ସମୟ ଆସିଛି | ଆଜିର ପିଢ଼ିକୁ ଭାଷାମନସ୍କ କରି ଏ ଜାତିର ଅସ୍ମିତା ପୁନଃଲିଖନ କରିବା ହିଁ ହେବ ବ୍ୟାସକବିଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଥିଲେ

Leave a Reply

Your email address will not be published. Required fields are marked *