ଭଏସ ଅଫ ମିଡ଼ିଆ ସୁବର୍ଣ୍ଣପୁର ର ସାଧାରଣ ବୈଠକ ଅନୁଷ୍ଠିତ।
ସୁବର୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଭଏସ ଅଫ ମିଡ଼ିଆ ସଂଘ ପକ୍ଷରୁ ସୋନପୁର ଚଞ୍ଚାଣଡୁଙ୍ଗୁରି ସ୍ଥିତ ଯୋଗେଶ୍ୱର ବାବା ମନ୍ଦିର ଠାରେ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲାରେ ସଂଘ କିପରି ତାର ଭୂମିକା ନିର୍ବାହ କରିବ ଓ ଭଏସ ଅଫ ମିଡ଼ିଆ ର କର୍ମକର୍ତ୍ତା ମାନେ କିପରି ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ସେ ଦିଗରେ ଆଲୋଚନା ହୋଇଥିଲା l ପରେ ସଂଘ ର ବରିଷ୍ଠ ସାମ୍ବାଦିକ ମୁରଲୀଧର ସାହୁ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରେ ନିର୍ବାଚନ ଅଧ୍ୟକ୍ଷ ଭାବରେ ସହଦେବ ମେହେରଙ୍କୁ ଦାୟିତ୍ୱ ଦିଆଯାଇଥିଲା l ପରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା। ନୂତନ ସଭାପତି ଭାବେ ସନ୍ତୋଷ କୁମାର ମିଶ୍ର ଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଶଶୀକାନ୍ତ ସୁନା , ରଞ୍ଜନ ହୋତା , ଓ ସମ୍ପାଦକ ଭାବେ ଭାସ୍କର ବାବୁ ଶ୍ରଦ୍ଧାକାର ଦାସ ଙ୍କୁ ଚୟନ କରାଯାଇଥିଲା l ଯୁଗ୍ମ ସମ୍ପାଦକ ଭାବେ ସରୋଜ ପ୍ରକାଶ ପଧାନ ସେହିପରି କୋଷାଧକ୍ଷ ଭାବେ ନୀଳକମଲ ମିଶ୍ର ଙ୍କୁ ଚୟନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ମୁରଲୀଧର ସାହୁ, ଶେଷଦେବ ବାରିକ, ଲେଖାରାଜ ସାଗର,ସତ୍ୟବ୍ରତ ପଧାନ, ଅଶ୍ୱିନୀ ନେପାକ, ନରହରି ମହାପାତ୍ର, ସତ୍ୟବାନ ପୁରୋହିତଙ୍କୁ ସଂଘ ପକ୍ଷରୁ ଚୟନ କରାଯାଇଥିବା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇ ଥିଲେ। ଏହି ସାଧାରଣ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ବ୍ଲକରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ l ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଯୋଗ ଦେଇଥିବା ସାମ୍ୱାଦିକ ମାନେ ନିଜ ନିଜ ମତାମତ ଦେଇଥିଲେ l ଏହି ସାଧାରଣ ବୈଠକ ରେ ସାମ୍ୱାଦିକ ଚୈତନ୍ୟ ଭୁକ୍ତା, ଗଙ୍ଗାଧର ଜାଲ, ରାମଶଙ୍କର ସାମନ୍ତରାୟ, ଗୁରୁଦେବ ମେହେର, କିଶୋର ସାହୁ, କିସ୍ମତ ମିଶ୍ର, ମଙ୍ଗୁଲୁ ଘିବିଲା, ରଞ୍ଜନ ତଣ୍ଡିଆ, ବିନୋଦ ପାଣ୍ଡେ, ସଦାନନ୍ଦ ମହାନନ୍ଦ, ନବ କିଶୋର ମିଶ୍ର, ସିଦ୍ଧେଶ୍ଵର ଗିରି, ମାନଭଞ୍ଜନ ପୁଝାରୀ, ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
