April 13, 2026
Home » ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ମହିଳା ପ୍ରଶାସନ ଦୃଷ୍ଟି ପଡୁନି

ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ମହିଳା ପ୍ରଶାସନ ଦୃଷ୍ଟି ପଡୁନି

0
WhatsApp Image 2026-04-13 at 3.18.17 PM

ଅସହାୟ ଗରିବ ଦଳିତ ଭିନ୍ନକ୍ଷମ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ।
ଯୋଜନା ପରେ ଯୋଜନା କେବଳ ନାମକୁ ମାତ୍ର ସରକାରଙ୍କ ଯୋଜନା କାହା ପାଇଁ। ଏମିତି ଦୁଃଖ ଓ ଦୁର୍ଦ୍ଦଶାରେ ଏହି ନିରୀହ ଅସହାୟ ଗରିବ ଦଳିତ ମହିଳାଟି ପ୍ରଶାସନକୁ ଗୁହାରି କରି ଥକି ଗଲାଣି।

ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ କୋତ୍ତମ ଗ୍ରାମପଞ୍ଚାୟତ କୋଟବେରେଣୀ ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ ୬୬ ବର୍ଷିଆ ଗରିବ ଦଳିତ ଭିନ୍ନକ୍ଷମ,ବିଧବା ବୃଦ୍ଧା ମହିଳାଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ପକ୍ଟାଘର ଖଣ୍ଡିଏ। ଝାଟି ମାଟି ଚାଳ ଛପର କୁଡ଼ିଆରେ ରହୁଛନ୍ତି ଏହି ବୃଦ୍ଧା ମହିଳା। ବୃଦ୍ଧା ମହିଳାଙ୍କ ନାମ ହେଉଛି ପ୍ରମିଳା ବେହେରା ସ୍ଵାମୀ ସ୍ୱର୍ଗତ ଦଣ୍ତଧର ବେହେରା,ବୟସ – ୬୬ ବର୍ଷ। ୨୪ ବର୍ଷର ପୂର୍ବ ସରକାରର ଦୃଷ୍ଟି ଏ ବୃଦ୍ଧା ଭିନ୍ନକ୍ଷମ ବିଧବା ମହିଳାଙ୍କ ଉପରେ ପଡ଼ିପାରିଲା ନାହିଁ। ପୂର୍ବରୁ ପ୍ରାୟ ୫ ବର୍ଷ ହେବ ବୃଦ୍ଧା ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହୋଇ ବସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ପଡ଼ା ବ୍ଲକ ତାଙ୍କ ଗୁହାରି ଶୁଣି ନାହିଁ। ଚଳିତ ବର୍ଷ ମଧ୍ୟ ପୁଣିଥରେ ସେ ପକ୍ଟାଘର ପାଇଁ ଆବେଦନ କରିବା ସହିତ ପଞ୍ଚାୟତର ପିଇଓଙ୍କ ମାଧ୍ୟମରେ ଜଣାଇଛନ୍ତି କିନ୍ତୁ ଆଶା ନାହିଁ ଘର ମିଳିବ କି ନାହିଁ। ଚାଳ ଛପର କୁଡ଼ିଆରେ ବାସ କରୁଛନ୍ତି ବୃଦ୍ଧା ପ୍ରମିଳା ବେହେରା। ଘରେ କେତେ ବେଳେ ଖରା ପଡ଼ୁଛି ତ ଆଉ କେତେବେଳେ ବର୍ଷା। ପକ୍କାଘର ପାଇଁ ଓଡ଼ପଡ଼ା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ଏ ଘଟଣା ବିଷୟରେ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ଅନ୍ତୋର୍ଦୟ ଗୃହ ପାଇଁ ଆମ୍ଭେ ଏହାର ଅନୁସନ୍ଧାନ ନିଶ୍ଚୟ କରିବୁ।

ଯଦି ସେ ଯୋଗ୍ୟ ହୋଇଥିବେ ଆମ୍ଭେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତୋର୍ଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବୁ। ନୂଆ ସରକାର ଲୋକଙ୍କ ସରକାର,ଏ ଅସହାୟ ଗରିବ ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ କେବେ ବୁଝୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 

ଇ ପି ଏ ରିପୋର୍ଟର -ସୁବାଷ ପଧାନ

Leave a Reply

Your email address will not be published. Required fields are marked *