December 25, 2025
Home » ଭଦ୍ରାସାହି ରେ ଚାଞ୍ଚଲ୍ୟ  ଅଜଣା ମୃତଦେହ ଉଦ୍ଧାର

ଭଦ୍ରାସାହି ରେ ଚାଞ୍ଚଲ୍ୟ  ଅଜଣା ମୃତଦେହ ଉଦ୍ଧାର

0
WhatsApp Image 2025-12-25 at 4.50.57 AM

ଯୋଡ଼ା  –  କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁ ଗୋଳିଆ ନାଳ ପୋଲ ନିକଟରେ ଏକ ଅଜଣା ପୁରୁଷଙ୍କ ମୃତଦେହ ମିଳିଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଓ ଲୋକମାନଙ୍କ ମଧ୍ୟରେ ଆତଙ୍କ  ଓ ଭୟ ଖେଳିଯାଇଛି ।ସ୍ଥାନୀୟ ଗ୍ରାମବାସୀମାନେ ସନ୍ଧ୍ୟା ସମୟରେ ପୋଲ ନିକଟ ପଡିଆ ପାଖ ବୁଦା ରେ ମୃତଦେହଟି ଦେଖି ତୁରନ୍ତ ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ  ସକାଳୁ ଘଟଣାସ୍ଥଳକୁ  ଲୋକ ଙ୍କ  ସୁଅ ଛୁଟିଥିଲା । ପ୍ରାରମ୍ଭିକ ତଦନ୍ତରୁ ମୃତକଙ୍କ  ପକେଟ ରୁ ଏକ ଡ୍ରାଇଭିଂ ଲାଇସେନ୍ସ ମିଳିଛି । ଡ୍ରାଇଭିଂ ଲାଇସେନ୍ସ ଆଧାର ରେ ଇନ୍ଦ୍ରଦେଓ ଯାଦବ ପରିଚୟ ମିଳିଛି । ଘଟଣା ସ୍ଥଳରେ ସିଂଟିଫିକ ଦୋଳ ଓ ସନ୍ଧାନୀ କୁକୁର ଦ୍ୱାରା ବଡ଼ବିଲ ପୋଲିସ ସନ୍ଧାନ ଜାରି ରଖିଛନ୍ତି ।  ମୃତ୍ୟୁର ପ୍ରୋକୁତ କାରଣ କ’ଣ ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।   ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯିବାର ପ୍ରସ୍ତୁତି ଚାଲିଛି ବୋଲି ସୂଚନା ମିଳିଛି। ପୋଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରାଯାଇଥିବା ସହ ମୃତକଙ୍କ ପରିଚୟ ସମ୍ପର୍କରେ କାହାରୋ କିଛି ସୂଚନା ଥିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *