ଭବାନୀପାଟଣା ରେ ଜନଗଣନା ତାଲିମ ଶିବିର
ଭବାନୀପାଟଣା : ଜନଗଣନା ୨୦୨୭ ପାଇଁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ତହସିଲଦାର ଭବାନୀପାଟଣା ତଥା ଜନଗଣନା ଚାର୍ଜ ଅଧିକାରୀ କ୍ଷୀରୋଦ ବିହାରୀ ଭାରତ ନାଗ ଙ୍କ ନେତୃତ୍ଵରେ ୩୦୮ ଜଣ ଜନଗଣନା କାରୀ ଓ ୫୧ ଜଣ ସୁପର ଭାଇଜର ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଅତିରିକ୍ତ ତହସିଲଦାର ଭବାନୀପାଟଣା ମନୀଷା ବେହେରା, ସୁପର ଭାଇଜର ସୁଦୀପ୍ତ ସିଂ, ଉପ ବିଭାଗ ଅଧିକାରୀ ପ୍ରଭାତ ରଣା, ରୋହିତ ଦୁର୍ଗା ଙ୍କ ସୁପରିଚାଳନାରେ ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇଲା ରାଣୀ ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହଯୋଗ ରେ ତାଲିମ କାର୍ଯ୍ୟ ଜାରୀ ରହିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
