ଭବାନୀପାଟଣା ହିଲ ଟାଉନ ସିଭିଲ ସୋସାଇଟି ର କର୍ମକର୍ତ୍ତା ନିର୍ବାଚନ
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ହନୁମାନ ମନ୍ଦିର ପରିସର ରେ ହିଲ ଟାଉନ ସିଭିଲ ସୋସାଇଟି ଭବାନୀପାଟଣା ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସଦସ୍ୟ ରଜନୀକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଅଶୋକ କୁମାର ରାଉତ ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସଂପାଦକ ଜଗଦୀଶ ଚନ୍ଦ୍ର ମୁଣ୍ଡ , ଉପସଭାପତି ଶୁକ୍ରୁ ରାଠୋର,ସହ ସହ ସଂପାଦକ ପି. ମହେଶ ରାଓ ଏବଂ କୋଷାଧକ୍ଷ ଭାବରେ ରଂଜିତ ମହାନ୍ତି ଙ୍କୁ ଚୟନ କରାଯାଇ ଥିଲା।ହିଲ ଟାଉନ ସିଭିଲ ସୋସାଇଟି ର ବିଭିନ୍ନ ବିଭାଗରେ ମୋଟ ୩୫ ଜଣ ସଦସ୍ୟ ଙ୍କୁ ମଧ୍ୟ ମନୋନୀତ କରାଯାଇଥିଲା। ସୋସାଇଟିର ବରିଷ୍ଠ ସଦସ୍ୟ ପ୍ରଫେସର ବିପିନ ବିହାରୀ ପଣ୍ଡା ଆଜି ସମସ୍ତ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ସୋସାଇଟି ର ବହୁବିଧ ଉନ୍ନତିକରଣ ଉପରେ ସମସ୍ତ କର୍ମକର୍ତ୍ତା ଆଗ୍ରହ ପ୍ରକାଶ କରି ସୋସାଇଟିର ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆହ୍ଵାନ ଦେଇଥିଲେ। ନୂତନ କର୍ମକର୍ତ୍ତାଙ୍କୁ କଳାହାଣ୍ଡି କେମିଷ୍ଟ ଏବଂ ଡ୍ରଗିଷ୍ଟ ଏସୋସିଏସନ ର ସାଧାରଣ ସଂପାଦକ ନିକୁଞ୍ଜ ଦତ୍ତ ସମେତ ବହୁ ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ସଂପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ପରିଚାଳନା କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
