April 4, 2026
Home » ଭବ୍ଯ କଳସଯାତ୍ରା ସହପପଙ୍ଗା ପାହାଡ ପାଦଦେଶ ରେ ବିଶ୍ବଶାନ୍ତି ମହାଯଜ୍ଞ

ଭବ୍ଯ କଳସଯାତ୍ରା ସହପପଙ୍ଗା ପାହାଡ ପାଦଦେଶ ରେ ବିଶ୍ବଶାନ୍ତି ମହାଯଜ୍ଞ

0
WhatsApp Image 2026-04-03 at 7.33.00 PM

ଭେଡେନ :ଭେଡେନ ବ୍ଲକ ଅନ୍ତର୍ଗତ ଐତିହାସିକ ପର୍ଯ୍ଯଟନ ପୀଠ ବୀର ସୁରେନ୍ଦ୍ର ସାଏ ଙ୍କ ସଂଗ୍ରାମ ସ୍ଥଳୀ ପପଙ୍ଗା ପାହାଡ ପାଦ ଦେଶ ରେ ପପଙ୍ଗା ପାହାଡ ମହୋତ୍ସବ ସମିତି ଆନୁକୂଳ୍ଯରେ ଦୁଇଦିନ ଧରି ପପଙ୍ଗା ପାହାଡ ମହୋତ୍ସବ ତଥା ପ୍ରଭୁ ବୁଢାରଜା ଦେବ ଓ କ୍ଷେତ୍ରପାଳ ମାଁ ଙ୍କ ବନବିହାର ଯାତ୍ରା ଅବସର ରେ ଏକ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।।ଦୀର୍ଘ ୧୬ ବର୍ଷଧରି ନିରବଛିନ୍ନ ଭାବରେ ଜଗତର କଲ୍ଯାଣ ପାଇଁ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।।ପପଙ୍ଗା ପାହାଡ ମହୋତ୍ସବ ସମିତି ର ଅଧ୍ଯକ୍ଷା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ବ ରେ ପପଙ୍ଗା ଗାଁ ମୁଣ୍ଡରୁ ଏକ ଭବ୍ଯଜଳପୂର୍ଣ୍ଣ କଳସ ଶୋଭାଯାତ୍ରା ପବିତ୍ର ବୈଦିକ ମନ୍ରଧ୍ବନୀ ଶଂଖ,ଘଣ୍ଟନାଦ ଓ ଦୁଲଦୁଲି ବଜାର ତାଳେ ତାଳେ ପପଙ୍ଗା ଗାଁ ପରିକ୍ରମାକରି ବୁଢାରଜା ମନ୍ଦିର ପର୍ଯ୍ଯନ୍ତ ଯାଇପ୍ରଭୁ ବୁଢାରଜାଙ୍କ ଦିବ୍ଯ ଦର୍ଶନ ପରେ ବୁଢାରଜାଙ୍କ ପୂଜକ ଭବାନୀ ଦେହେରୀ ଫୁଲ ଚନ୍ଦନଦେଇ କଳସଯାତ୍ରାକୁ ସ୍ବାଗତ କରିଥିଲେ ।।ଗାଁ ର ଆବାଳ ବୃଦ୍ଧବନିତା ଗାଁ ର ପ୍ରତ୍ଯେକ ଘର ସାମନା ରେ କଳସ ଦୀପ ଜାଲି ସ୍ବାଗତ ଜଣାଇଥିଲେ ।।

ଏହି ଭବ୍ଯ କଳସ ଶୋଭାଯାତ୍ରା ରେପପଙ୍ଗା ପାହାଡ ମହୋତ୍ସବ ସମିତି ର ଅଧ୍ଯକ୍ଷା ଶ୍ରୀମତୀ ଛୁରୀଆ ଙ୍କ ସହ ସାଂସ୍କୃତିକ ସଂପାଦକ ହରିଶଙ୍କର ବେହେରା ,ବ୍ଳକ୍ ଅଧ୍ଯକ୍ଷା ସୁପ୍ରଭା ମହାଲିଙ୍ଗ,ଆର,ସି,ଏମ,ଏସ୍ ଅଧ୍ଯକ୍ଷ ସୁଜିତ ପଣ୍ଡା ,ଜିଲ୍ଲାପରିଷଦ ସଭ୍ଯ ସତ୍ଯଜିତ ପୁରୋହିତ ,ପିଙ୍କି ବଢେଇ,ପଦ୍ମିନୀ ଗଡତିଆ ,ସୁବାସ ହୋତା,ବରିଷ୍ଠ ଆଇନ ପରାମର୍ଶଦାତା ଭରତ ତ୍ରୀପାଠୀ,ସମିତି ସଭ୍ଯା ଜ୍ଯୋତିର୍ମୟୀସାହୁ ,ହୃଷିକେଶ ଧର,ଦ୍ଯୁମତ ସେନ ରଣା,ହେମ ସାଗର କର୍ଣ୍ଣ ,ଟିକେଶ୍ବର କର୍ଣ୍ଣ ଜଗଦିଶ କର୍ଣ୍ଣ,ଭବାନୀ ଦେହେରୀ,ଗୋପୀନାଥ ଦୀପ ,ମନୋରଞନ ପଧାନ ,ସର୍ଜନ ଦୀପ,ମନୋରଞନ ମହାକୁର ,ଆସିସ କର୍ଣ୍ଣ,ଗଗନ କଣ୍ଣ,ଦୁଃଖୁ ରାଉତ,ଜିତେନ୍ଦ୍ର ଦାଶ,ପ୍ରିତମ କର୍ଣ୍ଣ,ସୁରଜ ଦାଶ,ମଣ୍ଟୁ ଦାଶ,ରିଙ୍କୁ ପଧାନ ପ୍ରମୁଖ ଏହି ଭବ୍ଯ କଳସ ଯାତ୍ରା ରେ ସାମିଲ ଥିଲେ ।  ଏହା ସହ ଯଜ୍ଞ କର୍ତ୍ତା ତଥା ପ୍ରତିଷ୍ଠାତା ସଭ୍ଯ ଲଷ୍ମୀ ନରାୟଣ ହୋତା ଓ ମୀନାକ୍ଷୀ ହୋତା ,ସାନନ୍ଦକର୍ଣ୍ଣ ଓ ହେମାବତୀ କର୍ଣ୍ଣ ,ପାରେଶ୍ବର କର୍ଣ୍ଣ ଓ ମନ୍ଦାକିନି କର୍ଣ୍ଣ , କୃଷ୍ଣଚନ୍ଦ୍ର କୁଶଳିଆ ଓ ଶୁଭଶ୍ରୀ କୁଶଳିଆ ,କୁଞଲାଲ କୈବର୍ତ୍ତ ଓ ଗାୟତ୍ରୀ କୈବର୍ତ୍ତ ପ୍ରମୁଖ ଯଜ୍ଞ କର୍ତ୍ତା ଭାବରେ ଯାଜ୍ଞିକ ହୋଇଛନ୍ତି ।। ଯଜ୍ଞ ବ୍ରହ୍ମା ଭାବରେ ମାନଭଞନ ଆର୍ଯ୍ଯ ଓ ବ୍ରହ୍ମାନ୍ଦ ଆର୍ଯ୍ଯ ଯଜ୍ଞ ପରିଚାଳନା କରୁଛନ୍ତି ।।  ପ୍ରଭୁ ବୁଢାରଜା ଓ କ୍ଷେତ୍ରପାଳ ଙ୍କ ବନବିହାର ଯାତ୍ରା ସହ ବିଶ୍ବଶାନ୍ତି ମହାଯକ୍ଷ ସମାପନ ହେବ ।।ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନକୋଟ ର ବ୍ଯବସ୍ଥା ସହ ସନ୍ଧ୍ଯାରେ କୁସେନପୁରୀ ର କୃଷ୍ଣଗୁରୁ ମପଙ୍ଗା ମହୋତ୍ସବ ମଞ୍ଚ ରେ ପରିବେଷଣ ହେବ ।।ଶାନ୍ତିଶୃଙ୍ଖଳା ସହ ସମସ୍ତ କାର୍ଯ୍ଯ ସମାପନ ପାଇଁ ଅଧ୍ଯକ୍ଷା ଶ୍ରୀମତୀ ଛୁରୀଆ ନିବେଦନ କରିଛନ୍ତି ।।

 

bheden ru harisanker behera nka report epa news

Leave a Reply

Your email address will not be published. Required fields are marked *