ଭାବର ଠାକୁର ଶୁଣିଲେ ଭକ୍ତର ଡାକ
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚମତ୍କାର। ଭାବର ଠାକୁର ଶୁଣିଲେ ଭକ୍ତର ଡାକ। କୋମାରେ ଥିବା ଜଣେ ଶିଶୁ ହୋଇଗଲା ସୁସ୍ଥ। ମହାପ୍ରଭୁଙ୍କର ଏଭଳି ଚମତ୍କାରିତାକୁ ନେଇ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଏ କୁନି ପିଲାଟି ହେଉଛି ପ୍ରକାଶ ଭୋଇଙ୍କ ପୁଅ ନିଖିଲ ଭୋଇ। ସୁଦୂର ରାଜସ୍ଥାନରୁ ଆସିଛନ୍ତି ମହାପ୍ରଭୁଙ୍କ ପାଖକୁ। ତେବେ ପ୍ରକାଶଙ୍କ କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ଫିଡ୍ସ ମାରିଥିଲା। ଦୀର୍ଘଦିନ ଧରି ଅହମଦାବାଦର ଏକ ହସ୍ପିଟାଲରେ ପୁଅର ଚିକିତ୍ସା କରାଉଥିଲେ। କିନ୍ତୁ ପୁଅର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଲା। ଡାକ୍ତର ମଧ୍ୟ ହାତ ଟେକି ଦେଲେ। ପୁଅକୁ ହସ୍ପିଟାଲରୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଲେ। ଯେଉଁଠି ଡାକ୍ତର ଫେଲ୍ ମାରିଲେ ସେଇଠି ପ୍ରକାଶ ମହାପ୍ରଭୁଙ୍କ ଶରଣରେ ଆସିବା ପାଇଁ ମନ ବଳାଇଲେ। ଗତ କିଛି ଦିନ ପୂର୍ବେ ଅସୁସ୍ଥ ପୁଅକୁ ଶ୍ରୀମନ୍ଦିର ଆଣି ମହାପ୍ରଭୁଙ୍କ ପାଖରେ ପୁଅକୁ ସମର୍ପି ଦେବା ସହ ପୁଅର ଜୀବନ ଭିକ୍ଷା ପାଇଁ ଠାକୁରଙ୍କ ପାଖରେ ନେହୁରା ହୋଇଥିଲେ। ଆଉ ସେହି ସମୟରେ ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କର ଚମତ୍କାର। କୋମାରେ ଥିବା ନିଖିଳ ହାତଗୋଡ଼ ହଲାଇବା ସହ ଆଖି ଖୋଲି ଚକା ଆଖିକୁ ଚାହିଁଥିଲେ। ମହାପ୍ରଭୁଙ୍କର ଏଭଳି ଚମତ୍କାର ଦେଖି ସମସ୍ତେ ଭାବ ବିଭୋର ହୋଇ ପଡିଥିଲେ। ତେଣୁ ପୁଅର ସ୍ବାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବାରୁ ଆଜି ପୁଣିଥରେ ପ୍ରକାଶ ନିଜ ଅସୁସ୍ଥ ପୁଅକୁ ମହାପ୍ରଭୁଙ୍କ ନିକଟକୁ ଆଣିକି ଆସିଥିବା କହିଛନ୍ତି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
