ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ
ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲାର ଫୁଲବାଣୀ କର୍ପୋରେସନ ପଡିଆ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଜୟନ୍ତୀ ତଥା ସୁଶାସନ ଦିବସ ପାଳନ କରାଯାଇଛି।ଏହି ଅବସରରେ ମାନ୍ୟବର କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ ଓ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବି ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇଥିଲେ। ସୁଶାସନ ଦିବସ ଉପଲକ୍ଷେ ଆୟୋଜିତ ବକୃତା ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ।

ଜିଲ୍ଲାପାଳ ସ୍ବାଗତ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦି, ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ ବାଣୁଆ, ଅନ୍ତର୍ଜାତୀୟ ଚେସ ଖେଳାଳୀ ଶ୍ରୀ ସ୍ଵୟଂଶୁ ସତ୍ୟପ୍ରଜ୍ଞାନ, ଅଲିମ୍ପିୟାନ ତଥା ଅର୍ଜୁନ ପୁରସ୍କାରରେ ପୁରସ୍କୃତ ଶ୍ରୀ କେ ରବି କୁମାର, ଅନ୍ତର୍ଜାତୀୟ ୧୦୦ ଓ ୨୦୦ ମି. ଧାବିକା ଦୁତି ଚାନ୍ଦ ,ଚେସ ଖେଳାଳୀ ରାଞ୍ଚି ସାହୁ, ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ସମୀର ନାୟକ, ଫୁଲବାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ଫୁଲବାଣୀ ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି, ଭାଜପା ଜିଲ୍ଲା ସଭାପତି ପଣ୍ଡିତ ଵିସିମାଝୀ ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ଛାତ୍ରଛାତ୍ରୀ,ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
