ଭାରତର ସାମୁଦ୍ରିକ ମତ୍ସ୍ୟ ଓ ଚିଙ୍ଗୁଡ଼ି ରପ୍ତାନୀରେ ଓଡ଼ିଶାର ସ୍ଥାନ ଶୀର୍ଷରେ !
ଛତ୍ରପୁର: ଭାରତର ସାମୁଦ୍ରିକ ମତ୍ସ୍ୟ ଓ ଚିଙ୍ଗୁଡ଼ି ରପ୍ତାନୀରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି, ଯାହା ଏ ଦିଗରେ ଓଡ଼ିଶାର ମତ୍ସ୍ୟଜିଵୀ ମାନଙ୍କର ଭୂମିକା ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚୟ ସୃଷ୍ଟି କରିଛି ବୋଲି ରାଜ୍ଯ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱର ଆଞ୍ଚଳିକ ଡ଼ିଭିଜନ ର ଉପନିର୍ଦ୍ଦେଶକ ଆର୍ଚ୍ଚିିମାନ୍ ଲାହୀରି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଭାରତର ସାମୁଦ୍ରିକ ମତ୍ସ୍ୟ ଓ ଚିଙ୍ଗୁଡ଼ି ରପ୍ତାନୀରେ ଓଡ଼ିଶାର ଭୂମିକା ୪ହଜାର ୫ଶହ କୋଟିରୁ ୨୦ ହଜାର କୋଟି ଟଙ୍କାର ରପ୍ତାନୀ ଭିତ୍ତିକ ଆର୍ଥିକ ଅବସ୍ଥା ଆଗାମୀ ୫ବର୍ଷ ଭିତରେ ଆଣିବାକୁ ପଡ଼ିବ ବୋଲି ଉପନିର୍ଦ୍ଦେଶକ ଶ୍ରୀ ଲାହୀରି ମତପ୍ରକାଶ କରି ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସାର୍ଗୀକୃତ ଭାବେ ସମ୍ଭାଷଣ ପ୍ରଦାନ କରିଛନ୍ତି ।
ଗତ ରବିବାର ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଦିନିକିଆ ଶିଳ୍ପ ଓ ଶିଳ୍ପାୟନ ଶିକ୍ଷାୟାନ କର୍ମଶାଳା ର ଉପଯୋଗୀତା ସମ୍ପର୍କରେ ଆୟୋଜିତ ମେଗା ଆଲୋଚନା ସଭାରେ ଏହି ମତ ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ସଂଘ ର ସଭାପତି ଡ଼ଃ. କମଲେଶ ମିଶ୍ର ଯୋଗଦେଇ ଜଳ କୃଷି ଓ ସାମୁଦ୍ରିକ ଖାଦ୍ୟ ଉତ୍ପାଦନରେ ନିଜକୁ ନିୟୋଜିତ କରିବା ପାଇଁ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ସହକାରୀ ନିର୍ବାହୀ ତଥା ଫାଲକନ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଅଞ୍ଜନ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ସ୍ବାବଲମ୍ବୀ ଓ ଉଦ୍ୟୋଗୀ ହେବାପାଇଁ କଠିନ ପରିଶ୍ରମ କରିବାକୁ ଦିଗଦର୍ଶନ ଦେଇଛନ୍ତି ।

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଅଭିଜ୍ଞ ସମ୍ପନ୍ନ ବକ୍ତା ଭାବେ ଓଡ଼ିଶାର ଅନେକ ଯୁବ ଉଦ୍ୟୋଗୀ, ସଫଳ ମତ୍ସ୍ୟ ଚାଷୀ, ମତ୍ସ୍ୟଖାଦ୍ୟ, ଶସ୍ୟ, ମତ୍ସ୍ୟ-ଔଷଧ ଉପକରଣ ର ବିତରଣ, ବିପଣନ ଏହାର ବିକ୍ରେତା ସଂପର୍କିତ ବ୍ୟକ୍ତି ବିଶେଷ୍ୟଗଣ ଯୋଗଦେଇ ନିଜନିଜର ସନ୍ଦର୍ଭ ଓ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ସଭିଏଁ ଆୟୋଜିତ ଏହି ଶିଳ୍ପ ଓ ଶିକ୍ଷାୟାନ କର୍ମଶାଳାର ସମୟ ଉପଯୋଗୀ ଆୟୋଜନ କରିଥିବା ଏହି କାର୍ଯ୍ୟକ୍ରମର ଉଦ୍ୟକ୍ତା ଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିଥି ଅଧ୍ୟାପିକା ସୁଶ୍ରୀ ଅଭିନନ୍ଦା ଜେନା ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଡ଼ଃ. ଧରିତ୍ରୀ ଚୌଧୁରୀ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଶିଳ୍ପ ଓ ଶିକ୍ଷାୟାନ କର୍ମଶାଳାର ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିଥିବ ନେଇ ଅତିଥିଙ୍କ ମହଲରେ ଖୁବ୍ ପ୍ରଶଂସନୀୟ ହୋଇଛି । ନିମନ୍ତ୍ରିତ ଅତିଥି, ମତ୍ସ୍ୟ ଉଦ୍ୟୋଗୀ ଗଣ ଶେଷ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅବସ୍ଥିତି, ଭିତ୍ତିଭୂମି କୁ ଉପଲବ୍ଧି କରି ଏହାର ପରିସରରେ ଅବସ୍ଥିତି ଥିବା ମତ୍ସ୍ୟ ପ୍ରକ୍ରିୟାକରଣ, ଗବେଷଣାଗାର, ତାଲିମ୍-ପ୍ରତିଷ୍ଠାନ, ଉଦ୍ୟୋଗୀ ପ୍ରଶିକ୍ଷଣ କେନ୍ଦ୍ର ଆଦି ପରିଦର୍ଶନ କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
