November 19, 2025
Home » ଭାରତୀୟ ପର୍ଯ୍ୟଟକଙ୍କୁ ହତ୍ୟକରିବା ଘଟଣା ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚ ଏବଂ ବିହେଚପି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭାରତୀୟ ପର୍ଯ୍ୟଟକଙ୍କୁ ହତ୍ୟକରିବା ଘଟଣା ପ୍ରତିବାଦରେ ହିନ୍ଦୁ ଏକତା ମଞ୍ଚ ଏବଂ ବିହେଚପି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
WhatsApp Image 2025-04-25 at 3.18.40 PM

ଜାମ୍ମୁ କାଶ୍ମୀର ପାହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ହୋଇଥିବା ଆକ୍ରମଣକୁ ବିରୋଧ କରି ହିନ୍ଦୁ ଏକତା ମଞ୍ଚ ଏବଂ ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ ଏକ ବାଇକ୍ ରାଲି (ଦୁଇ ଚକିଆ ଶୋଭାଯାତ୍ରା) ଆୟୋଜନ କରିଥିଲା। ଉକ୍ତ ବାଇକ୍ ରାଲି ୨୪/୦୪/୨୫ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ରାୟଗଡ଼ା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ଏହି ଅବସରରେ ମହାମିହମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଆତଙ୍କବାଦୀଙ୍କ କ୍ରୁର ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଦେଶର ହିତକୁ ଦୃଷ୍ଟିରେ ରଖି କଠିନରୁ କଠିନ ପଦକ୍ଷେପ ନିଆଯାଇ ଯାହାକି ପୁନରାବୃତ୍ତି ନ ହୁଏ ବୋଲି ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏପ୍ରିଲ୍ ୨୦୨୫ରେ, ଭାରତୀୟ ଶାସିତ କାଶ୍ମୀରର ଏକ ପର୍ଯ୍ୟଟନ ସ୍ଥଳ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ୍ଧୁକଧାରୀମାନେ ପହଲଗାମଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବାଇସରାନ ଘାସଭୂମି ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଆମ ଓଡ଼ିଶାର ଜଣେ ଯୁବକ ପ୍ରଶାନ୍ତ ଶତପଥୀ ମଧ୍ୟ ରହିଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।

ଏହି ସଭାଯାତ୍ରାରେ ବିଶ୍ଵ ଏକତା ମଞ୍ଚ, ଆରଏସଏସ ର ସଭ୍ୟବୃନ୍ଦ ଅଂଶଗ୍ରହଣ କରିଥିଲେ । ପୁଆଲାଲାମରେ ଆତଙ୍କବାଦୀମାନେ ଭାରତୀୟ ପର୍ଯ୍ୟଟକଙ୍କୁ ପରିଚୟ ପଚାରି ୨୬ ଜଣଙ୍କୁ ନିର୍ଦୟ ଭାବେ ଗୁଳି କରି ହତ୍ୟା କରିଥିଲେ । ଏହି ଦୁଃଖଦ ସମୟରେ ଦେଶରେ ବିଭିନ୍ନ ସ୍ଥାନରେ ଶୋକ ସଭା କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାୟଗଡ଼ା ସହରରେ ଆଜି ଏକ ବାଇକ ରାଲି ଆୟୋଜିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିବା ପରେ ବିଶ୍ଵ ହିନ୍ଦୁ ପରିଷଦ ରାୟଗଡ ତରଫରୁ ଏକ ମହାମିହମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଗତକାଲି ବୁଧବାର ଦିନ ଦିବଙ୍ଗତଙ୍କ ଅମରାତ୍ମାର ସଦ୍ଗତି ନିମନ୍ତେ ରାୟଗଡ ନାଗରିକ ମଞ୍ଚ ତରଫରୁ ସନ୍ଧ୍ୟା ଛଅଟା ସମୟରେ ଗାନ୍ଧୀ ପାର୍କ ଠାରେ,ରାୟଗଡ଼ା ନଗର ବି ଜେ ପି ପକ୍ଷରୁ,ଆଜାଦ ହିନ୍ଦ ୟୁଥ ଏସୋସିଆସନ, ଡକ୍ଟର ଏପିଜେ ଅବଦୁଲ କାଲାମ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ ଶାନ୍ତି ଦୀପ ଦାନ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାଯାତ୍ରାରେ ବିଶ୍ଵ ଏକତା ମଞ୍ଚ, ଆରଏସଏସ ର ସଭ୍ୟବୃନ୍ଦ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *