ଭାରତୀୟ ଭ୍ରଷ୍ଟାପ୍ଟର ନିବାରଣ ସଂସ୍ଥାର ବାର୍ଷିକ ଅଧିବେଶନ
ଭୁବନେଶ୍ଵର: ଭାରତୀୟ ଭ୍ରଷ୍ଟାରର ନିବାରଣ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖାର ଅଧିବେଶନ, ବାର୍ଷିକ କର୍ମଶାଳା-୨୦୨୬ ଓ ଦୁର୍ନୀତି ନିବାରଣ ବିରୋଧରେ ଆଲୋଚନାଚକ୍ର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଗ୍ରପତି ଡ. ଡି.ପି. ଚୌଧୁରୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡ଼ିଶା ବାର୍ କାଉନସିଲର ଅଧ୍ଯକ୍ଷ ଶିତାଂସୁ ମୋହନ ଦ୍ଵିବେଦୀ (ବରିଷ୍ଠ ଆଇନଜୀବୀ) ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ ସମାଜ ଉପରେ ଦୁର୍ନୀତିର ପ୍ରଭାବକୁ କିପରି ପ୍ରତିହତ କରାଯିବ, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥ୍ୟ ଭାବେ ଡା. ପ୍ରଭାସ ଆଶ୍ଚର୍ଯ୍ୟ ଓ ଡା. ବିପିନ ବିହାରୀ ମିଶ୍ର ଯୋଗଦାନ କରି ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ସଭାକାର୍ଯ୍ୟକୁ ସଂଘର ସଭାପତି ଡା. କିଶୋର ଚନ୍ଦ୍ର କର (ବରିଷ୍ଠ ଆଇନଜୀବୀ) ପରିଗ୍ଳନା କରି ସମାଜରୁ ଦୁର୍ନୀତି ହଟାଇବାକୁ ସଂଘର ସମସ୍ତ ପ୍ରୟାସର ସୂଚନା ଦେଇଥିଲେ । ଅସିତ କୁମାର ମହାନ୍ତି ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ଅବସରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ. ସୁକାନ୍ତି ମିଶ୍ର, ରାଜସ୍ୱ ନିରୀକ୍ଷକ ଜୟଦେବ ନାୟକ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ମାନପତ୍ର, ଟ୍ରଫି, ଉତ୍ତରୀୟ, ପୁଷ୍ପଗୁଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସୂର୍ଯ୍ୟନାରାୟଣ ଦାସ (ବରିଷ୍ଠ ଆଇନଜୀବୀ), ଆପୋଲୋ ହସ୍ପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ଆଲୋକ ଶ୍ରୀବାସ୍ତବ, ପଦ୍ମା ହସ୍ପିଟାଲର ପରିଗ୍ଳନା ନିର୍ଦ୍ଦେଶକ ଡଃ ବିଶ୍ଵନାଥ ପଟ୍ଟନାୟକ, ଷ୍ଟଡ଼ିର ପ୍ରତିଷ୍ଠାତା ତଥା ସିଇଓ ସବ୍ୟସାଚୀ କର, ବିଶିଷ୍ଟ ସମାଜସେବୀ ଇଂ କମଳାକାନ୍ତ ବେହେରା, ଶିକ୍ଷାବିତ୍ ନମିତା ମଞ୍ଜରୀ ରାୟ, ଶିକ୍ଷାବିତ୍ ତଥା ସମାଜସେବୀ କ୍ଷୀରୋଦ କୁମାର ପଟ୍ଟନାୟକ ଓ ସମାଜସେବୀ ପ୍ରକାଶ ନାୟକ ପ୍ରମୁଖ ୧୦ ଜଣ ବ୍ୟକ୍ତିବିଶେଷଙ୍କୁ ଅତିଥିମାନେ ସମ୍ବଦ୍ଧିତ କରାଯଇଥିଲା । ଭ୍ରଷ୍ଟାରର ନିବାରଣ ସଂସ୍ଥାର ଉକ୍ତ କାର୍ଯ୍ୟକ୍ରମକୁ ପରିସ୍ଫୁଳନା କରିବାରେ ସମ୍ପାଦକ ବିପିନ ବିହାରୀ ନାୟକ, ଉପସଭାପତି ଡଃ ଅଶୋକ କୁମାର ମହାପାତ୍ର, ସଂଯୋଜକ ସମ୍ପାଦକ ବିଶ୍ବଜିତ କାନୁନଗୋ ଏବଂ ଭୁବନେଶ୍ବର ଶାଖା ସଭାପତି ଦ୍ୱାରିକାନାଥ ଶତପଥୀ ପ୍ରମୁଖ ସଭା ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ।
