November 13, 2025
Home » ଭାରତୀୟ ମଜଦୁର ସଙ୍ଘ ଓଡିଶା ପ୍ରଦେଶର ୧୪୮ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ମଜଦୁର ସଙ୍ଘ ଓଡିଶା ପ୍ରଦେଶର ୧୪୮ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0
WhatsApp Image 2025-10-06 at 7.28.48 PM

 

ପାରାଦୀପ – ଭାରତୀୟ ମଜଦୁର ସଙ୍ଘ (ବିଏମଏସ) ଓଡିଶା ପ୍ରଦେଶର ୧୪୮ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପାରାଦୀପ ସ୍ଥିତ ପୋର୍ଟ କ୍ଲବ ପରିସରରେ ଚଳିତ ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସଭାପତି ବାଦଲ କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭାରତୀୟ ମଜଦୁର ସଙ୍ଘ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବି. ସୁରେନ୍ଦ୍ରନ ଜୀ, ସହ ସଂଗଠନ ସମ୍ପାଦକ ଗଣେଶ ମିଶ୍ର ଙ୍କ ଉପସ୍ଥିତିରେ ଓଡିଶା ଓଡିଶା ରାଜ୍ୟର ୩୦ ଜିଲ୍ଲାରୁ ଜିଲ୍ଲା ସଭାପତି ଓ ସମ୍ପାଦକ, ସମସ୍ତ ରାଜ୍ୟ ପଦାଧିକାରୀ ଓ ପ୍ରଭାରୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ଦ୍ୱାରା ଶ୍ରମିକ ମାନଙ୍କ ବିରୁଦ୍ଧରେ ଯେଉଁ ଗେଜେଟ ନୋଟିଫିକେସନ ଜାରି ହୋଇଛି ସେ ବିଷୟରେ ଆଲୋଚନା କରିଥିଲେ l ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ସାଧାରଣ ସମ୍ପାଦକ ପୃଥ୍ଵୀରଜପଣ୍ଡା ପ୍ରସ୍ତାବ ଆଗତ କରିଥିଲେ ଯାହା ସର୍ବସମ୍ମତି କ୍ରମେ ଆଦୃତ ଓ ପାରିତ ହୋଇଥିଲା l ଏହି ବୈଠକରେ ଆସନ୍ତା ୨୦୨୬ ବର୍ଷ ଫେବୃଆରୀ ୬, ୭, ୮ ତାରିଖ ତିନିଦିନ ଧରି ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ୨୧ ତମ ତ୍ରୟବାର୍ଷିକ ଅଖିଳ ଭାରତୀୟ ଅଧିବେସନ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା l

ଏହି ଅବସରରେ ସଂଘର ଏକ ପୋଷ୍ଟର ଓ ବ୍ୟାନର ଉନ୍ମୋଚନ କରାଯାଇଥିଲା l ଏତଦବ୍ୟତୀତ ଗତ ୨୯ ତାରିଖରେ ସରକାରଙ୍କ ଦ୍ୱାରା ସପ ଆଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ କୁ ସଂଶୋଧନ ଉପରେ ଚର୍ଚ୍ଚା କରଯାଇଥିଲା l ବିଶେଷ କରି କାର୍ଯ୍ୟ ସମୟ ୮ ଘଣ୍ଟାକୁ ବୃଦ୍ଧି କରି ୧୦ ଘଣ୍ଟା ଓ ମହିଳା ଶ୍ରମିକ ରାତିରେ କାମ କରିବାକୁ ଭାରତୀୟ ମଜଦୁର ସଙ୍ଘ ବିରୋଧ କରୁଛି ଏବଂ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଏବାବଦରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଛି l ପାରାଦୀପ ର ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ପାଇଁ ମଧ୍ୟ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଲଢେଇ ଜୋରଦାର କରାଯିବା ପାଇଁ ନିଷ୍ପତି ହୋଇଥିବା ନେଇ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ ଆହୁତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ l ତେବେ ଏହି କାର୍ଯ୍ୟକାରିଣୀ ର ଅନ୍ତିମ ଦିବସରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କ ବିକାଶ ହେଲେ ଶିଳ୍ପ ତଥା ଓଡ଼ିଶାର ବିକାଶ ହେବ ଏବଂ ଭାରତୀୟ ମଜଦୁର ସଙ୍ଘ ଶ୍ରମିକ ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହିତ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି କାଇଥିଲେ l
ଏହି ଦୁଇଦିନ ବ୍ୟାପି କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ତଥା ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ଶ୍ରୀକାନ୍ତ ରାୟ,ବିଏମଏସ ଜଗତସିଂହପୁର ଜିଲ୍ଲା ସଭାପତି ଅବିନାଶ ଦାସ, ସମ୍ପାଦକ ରାଜୀବ ମହାରଣା ସଫଳତାର ସହ ପରିଚାଳନା କରିଥିଲେ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *