July 1, 2025
Home » ଭାରତ ନିର୍ବାଚନ ଆୟୋଗଙ୍କ ଆମ୍ ଆଦମୀ ପାର୍ଟି ନେତୃବୃନ୍ଦଙ୍କ ସହିତ ଆଲୋଚନା

ଭାରତ ନିର୍ବାଚନ ଆୟୋଗଙ୍କ ଆମ୍ ଆଦମୀ ପାର୍ଟି ନେତୃବୃନ୍ଦଙ୍କ ସହିତ ଆଲୋଚନା

0
WhatsApp Image 2025-05-16 at 11.39.45 AM

ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ ଅଧିକାରୀ ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଆଜି ନିର୍ବାଚନ ସଦନରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମାନଙ୍କ ସହିତ ଏକ ଆଲୋଚନା କରିଥିଲେ । ଏହି ବୈଠକ ବିଭିନ୍ନ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ରାଜନୈତିକ ଦଳର ସଭାପତିମାନଙ୍କ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରା ଆୟୋଜିତ ଆଲୋଚନାର ଏକ ଅଂଶ ଥିଲା ।ଏହି ଆଲୋଚନା ଗୁଡ଼ିକ ଦୀର୍ଘ ଦିନ ଧରି ଗଠନମୂଳକ ଆଲୋଚନାର ଆବଶ୍ୟକ‌ତାକୁ ପୂରଣ କରି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ଦଳର ସଭାପତି ମାନଙ୍କୁ ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ପରାମର୍ଶ ଏବଂ ଚିନ୍ତାଧାରା ବାଣ୍ଟିବାକୁ ସକ୍ଷମ ହୋଇଛି । ଏହି ପଦକ୍ଷେପ ଗୁଡ଼ିକ ସମସ୍ତ ଅଂଶୀଦାରଙ୍କ ସହ ବିଦ୍ୟମାନ ଆଇନଗତ ଢାଞ୍ଚା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାରେ ନିର୍ବାଚନ ଆୟୋଗଙ୍କ ବ୍ୟାପକ ଦୃଷ୍ଟିକୋଣ ସହ ସମନ୍ବିତ ହୋଇଛି l ପୂର୍ବରୁ ନିର୍ବାଚନ ଆୟୋଗ ୦୬ ମଇ ୨୦୨୫ ରେ ବହୁଜନ ସମାଜ ପାର୍ଟିର ପ୍ରତିନିଧି ମଣ୍ଡଳୀ ସହ ସାକ୍ଷାତ କରିଥିଲେ, ଯାହାର ନେତୃତ୍ବ ପାର୍ଟି ଅଧ୍ଯକ୍ଷ ମାୟାବତୀ କରିଥିଲେ l ୦୮ ମଇ ୨୦୨୫ରେ ଭାରତୀୟ ଜନତା ପାର୍ଟିର ସଭାପତି ଜଗତ ପ୍ରକାଶ ନଡ଼ା, ୧୦ ମଇ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସାଧାରଣ ସମ୍ପାଦକ ଏମ୍.ଏ.ବେବି ଏବଂ ୧୩ ମଇରେ ଜାତୀୟ ପିପୁଲ୍ସ ପାର୍ଟିର ସଭାପତି ଶ୍ରୀ.କନରାଡ ସାଙ୍ଗମାଙ୍କ ସହ ସାକ୍ଷାତ କରିଥିଲେ Iପୂର୍ବରୁ ମୋଟ ୪,୭୧୯ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ଯେଉଁଥିରେ ୪୦ଟି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ସହ, ୮୦୦ଟି ବୈଠକ ଜିଲ୍ଲା ନିର୍ବାଚନ ଅଧିକାରୀ (DEO)ଙ୍କ ସହ ଏବଂ ୩୮୭୯ଟି ବୈଠକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ସହ ହୋଇଥିଲା ଏବଂ ଏହା ବିଭିନ୍ନ ରାଜନୈତିକ ଦଳର ୨୮,୦୦୦ରୁ ଅଧିକ ପ୍ରତିନିଧିଙ୍କୁ ନିୟୋଜିତ କରିଥିଲା I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *