December 21, 2025
Home » ଭିନ୍ନକ୍ଷମ ଶିଶୁ ଙ୍କ କାର୍ଯ୍ୟକ୍ରମ କସ୍ତୁରୀ ଉଦଯାପିତ

ଭିନ୍ନକ୍ଷମ ଶିଶୁ ଙ୍କ କାର୍ଯ୍ୟକ୍ରମ କସ୍ତୁରୀ ଉଦଯାପିତ

0
WhatsApp Image 2025-12-21 at 4.20.17 PM

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ଧୁବାମୁଣ୍ଡା ରେଆର କାର୍ଯ୍ୟାଳୟ ଠାରେ ରେଆର ସୋନପୁର ତଥା ଜିଲ୍ଲା ଭିନ୍ନକ୍ଷମ ଅବିଭାବକ ସଂଘ ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ସୃଜନାତ୍ମକ ଉତ୍ସବ କସ୍ତୁରୀ ଉଦଯାପିତ ହୋଇଯାଇଛି l ସଭା ର ପ୍ରାରମ୍ଭ ରେ ରେଆର ପ୍ରତିଷ୍ଠାତା ସଦସ୍ୟ ଗୌରୀଶ୍ୟାମ ପଣ୍ଡା କସ୍ତୁରୀ କାର୍ଯ୍ୟକ୍ରମ ର ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ l ବିଗତ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେଉଥିବା ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ଭାବରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ଙ୍କ ଭିନ୍ନ ଏକ ପ୍ରତିଭା ରହିଛ ବୋଲି ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କର ସୃଜନୀ ଶକ୍ତି ର ବିକାଶ ହେଉଥିବା ପ୍ରକାଶ କରିଥିଲେ l ଆଗାମୀ ଦିନରେ ରେଆର ର ଏହି କାର୍ଯ୍ୟକ୍ରମ ରେ ବ୍ୟାପକ ପ୍ରଚାର, ପ୍ରସାର ହେବ ସେ ବିଷୟରେ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଯୋଗ ଦେଇ ଭିନ୍ନକ୍ଷମ ଶିଶୁ ଙ୍କୁ ସୁଯୋଗ ପ୍ରାଥମିକତା ଭିତ୍ତି ରେ ଦେବାକୁ କହିଥିଲେ l ଅନ୍ୟତମ ଅତିଥିଭାବେ ରାଜୀବ ନାୟକ, ରାଜୀବ କର୍ମୀ, ରଂଜିତା ସାହୁ, ଅଞ୍ଜଳି ନେଗୀ,ଉପ ସଭାପତି ପଦ୍ମିନୀ ବକ୍ସ଼ୀ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କସ୍ତୁରୀ ଦୀର୍ଘାୟୁ କାମନା କରିଥିଲେ l ରେଆର ସଭାପତି ସଚ୍ଚିଦାନନ୍ଦ ସାହୁ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ l ଶେଷରେ ମୁକେଶ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ପରେ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପୁନଃ ଥଇଥାନ ସମ୍ପକିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏହାକୁ ସୁବର୍ଣ୍ଣପୁର ସମଗ୍ର ଶିକ୍ଷା ର ସଚ୍ଚିଦାନନ୍ଦ ସାହୁ ପରିଚାଳନା କରିଥିଲେ, ଶେଷରେ ବିଭିନ୍ନ ସ୍ଥାନରେ କୃତି ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *