ଭୂମିହୀନଙ୍କୁ ମିଳିଲା ପଟ୍ଟା
ଅଦ୍ୟ ତା.୨୨.୦୧.୨୦୨୬ ରେ ଯଦୁମଣି ପଧାନ ଅଡ଼ିଟୋରିୟମ, ବରଗଡ଼ ଠାରେ ବରଗଡ଼ ତହସିଲ ତରଫରୁ ଭୂମିହୀନ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବରଗଡ଼, ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ୪୬୬ ପଟ୍ଟା ଗତ ୨୦୨୫ ବର୍ଷ ପ୍ରସ୍ତୁତ କରାଯାଇଥିବା ସ୍ଥଳେ ତନ୍ମଧ୍ୟରୁ ୨୮୬ ଟି ପଟ୍ଟା ଆଜି ବଣ୍ଟନ କରଗଲା । ଅନ୍ୟ ୧୮୦ ଗୋଟି ପଟ୍ଟା ଗତ ବିକାଶ ମେଳା ରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଦ୍ବାରା ବଣ୍ଟନ ସରିଥିଲା ।ଏହି ୨୮୬ ପଟ୍ଟା ମଧ୍ୟରୁ ସରସରାର ମୌଜା ର ୧୨୫ ଟି, ଜାମୁର୍ଡ଼ା ର ୪୪ ଟି, ତାଲସିର୍ଗିଡ଼ା ର ୧୭ ଟି, ଗାଇସିମା ର ୧୨ ଟି, ତେଲେନ୍ ପାଲି ର ୧୪ ଟି, ବାଲିଯୋରି ର ୨ ଟି, କୁରୁଆଁ ର ୪୯ ଟି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରା ଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ଼ ବ୍ଲକର ଶହ ଶହ ହିତାଧିକାରୀ ଉପସ୍ଥିତ ରହି ଜମି ପଟ୍ଟା ଗ୍ରହଣ କରି ଖୁସି ବ୍ୟକ୍ତ କରି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ଅବସରରେ ତହସିଲଦାର ସୋନାଲି ପଟ୍ଟନାୟକ, ଅତିରିକ୍ତ ତସିଲଦାର ଶ୍ରୀ ନିଶିକାନ୍ତ ମେହେର ଏବଂ ଆର୍ ଆଇ ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
