ଭେଡେନ ଏନ,ଏସ,ସି ନ ହେଲେ ଦୁର୍ବାର ଆନ୍ଦୋଳନହେବ:ସ୍ନେହାଙ୍ଗିନୀ
ଭେଡେନ:ଆଜି ଭେଡେନ ବ୍ଲକ ସାମନା ଡ୍ରାଇଭର ସଂଘ କାର୍ଯ୍ଯାଳୟ ଠାର ଭେଡେନ ବ୍ଲକ ବିଜୁ ଜନତା ଦଳ ତରଫରୁ ଭେଡେନ ବ୍ଳକ ବିଜୁ ଜନତାଦଳ ର ବ୍ଳକ୍ ସଭାପତି ହରିଶଂକର ବେହେରା ଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇଯାଛି ।।ସର୍ବ ପ୍ରଥମେ ସମସ୍ତ ଗଣମାଧ୍ଯମ ର ପ୍ରତିନିଧି,ଇଲେକ୍ଟ୍ରି ମିଡିଆ,ପ୍ରିଣ୍ଟମିଡିଆ,ସୋସିଆଲମିଡିଆ,ୟୁଟୁଭର ମାନଙ୍କୁ ସ୍ବାଗତ ଭମ୍ଭାଷଣ କରି ଆଜିର ସଭାର ଉଦ୍ଯେଶ ଜ୍ଞାପନ କରିବା ପରେ ସମ୍ମିଳନୀ ର ମୂଖ୍ଯ ପୂର୍ବତନ ବିଧାୟିକା ତଥା ରାଜ୍ଯ ବିଜୁ ମହିଳା ଜନତା ଦଳ ର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ ସମସ୍ତ ନିମନ୍ରୀତ ମିଡିଆ ଭାଇମାନଙ୍କୁ ସ୍ବାଗତ କରି ଆଜିର ଏ ପ୍ରେସ ମିଟ ସମ୍ବନ୍ଧରେ ବିଷଦ ଭାବରେ ଆଲୋଚନା କରିଥିଲେ ।।ଶ୍ରୀମତୀ ଛୁରିଆ କହିଲେ କି ପୂର୍ବର ନବୀନ ପଟ୍ଟନାୟକ ସରକାର ପ୍ରୟ ୫୬ଟି ମୁନିସିପାଲଟିଓ ଏନ୍,ଏସ,ସି ଘୋଷଣା କରିଥିଲେ ।।

ସେଥି ମଧ୍ଯରୁ ବରଗଡ ଜିଲ୍ଳା ର ତିନୋଟି ସ୍ଥାନ ରହିଥିଲା ।। ବରଗଡ ଜିଲ୍ଲା ର ଭେଡେନ ,ସୋହେଲା,ପାଇକମାଲ ।।କିଂତୁ ବର୍ତ୍ତମାନ ସରକାର କେବଳ ସୋହେଲା କୁ ଏନ୍,ଏସ୍,ସି ଘୋଷଣା କରିଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ଭେଡେନ ଓ ପାଇକମାଲ କୁ ବାଦ ଦେଇଛନ୍ତି ।।ବର୍ତ୍ତମାନ ସରକାର ବା ସ୍ଥାନୀୟ ବିଧାୟକ ପୂର୍ବସରକାର କିଛି ନକରି କେବଳ ନିର୍ବାଚନ ରେ ଘୋଷଣାକରି ଲୋକଙ୍କୁ ଭ୍ରମିତ କରିଥିବା ଭଳି ଅଭିଯୋଗ ର ଦୃଢ ପ୍ରତିବାଦ କରି ଏଭଳି ଭିତ୍ତିହିନ କଥା କହି ଏନ୍,ଏସ,ସି ନ କରିବା ପାଇଁ ଗୋଟିଏ ଚକ୍ରାନ୍ତ ବୋଲି ଶ୍ରୀମତୀ ଛୁରିଆ ପ୍ରକାଶ କରିଥିଲେ ।।ସରକାର ଘୋଷଣା କରିବା ପରେ ରାଜ୍ଯ ନଗର ଉନ୍ନୟନ ବିଭାଗ,ଜିଲ୍ଲା ନଗର ଉନ୍ନୟନ ବିଭାଗ କୁ ଘୋଷଣାନାମା ପଠେଇ ଏ ସମ୍ବନ୍ଧରେ ଏକ ଫିଜିବିଲିଟି ରିପୋଟ ମାଗିଥିଲେ ।।

ପତ୍ର ସଂଖ୍ଯା ୬୧୨୫ତା୧୩,୩,୨୦୨୪ରେ ଜିଲ୍ଲା ନଗର ଉନ୍ନୟନ ବିଭାଗ କୁ ପଠାଇଥିଲେ ।।ତଦନୁସାରେ ଭେଡେନ ଗୋଷ୍ଠିଉନ୍ନୟନ ଅଧିକରୀ ପତ୍ର ସଂଖ୍ଯା ୭୧୬ତା୧୫,୨,୨୦୨୫ ରେ ଏକ ରିପୋଟ ପଠେଇଥିଲେ ।। ପରେ ମୋହନ ମାଝିଙ୍କ ସରକାର ଗଠନ ହେବାପରେ ପୁଣି ଏକ ରିପୋଟମାଗିବା ପରେ ପୁଣି ଗୋଷ୍ଠିଉନ୍ନୟନ ଅଧିକାରୀ ଭେଡେନ ,ଭେଡେନ ପଞ୍ଚାୟତ ଓ କୁବେଡେଗା ଗ୍ରାମପଞ୍ଚାୟତ ର ସମସ୍ତ ରାଜସ୍ବ ଗ୍ରାମ ତଥା ପାଲିଗ୍ରାମ ର ଅବସ୍ଥିତି ର ରିପୋଟ ପ୍ରଦାନ କରିଥିଲେ ।।ତତ୍ କାଳୀନ ଗୋଷ୍ଠୀଉନ୍ନୟନ ଅଧିକାରୀ ପତ୍ର ସଂଖ୍ଯା,୧୧୦୨ତା୨୧,୩,୨୦୨୪ରେ ପୁଣି ଫିଜିବିଲିଟି ରିପୋଟ ପଠାଇଥିଲେ ।।ଏ ସବୁ ସତ୍ବେ ସ୍ଥାନୀୟ ବିଧାୟକ ଙ୍କ ଆନ୍ତରିକତାର ଅଭାବ ବା ସରକାର ଙ୍କ ଟାଲଟୁଲ ନୀତି ଯୋଗୁଁ ସମସ୍ତ ଯୋଗ୍ଯତା ଥିବା ସତ୍ବେ ଏନ୍,ଏସ,ସି ରୁ ବଞ୍ଚିତ ହେଲା ।।ଏହା ସହ ଆଜି ଏଠି ଜିରା ନଦୀ ,ଦନ୍ତା ନଦୀ,ମହାନଦୀ ରୁ ବ୍ଯାପକ ଭାବରେ ବେଆଇନ ଭାବରେ ବାଲି ଚୋରିହେବା ଦୁର୍ଭାଗ୍ଯ ଜନକ ବୋଲି ପ୍ରକାଶ କରିଥିଲେ ।।ଆସମାଜିକ କାର୍ଯ୍ଯକଳାପ ବୃର୍ଦ୍ଧି,ନିଶା ,ମଦ,କୋରେକ୍ସ ,ଜୁଆ ଖେଳ ବୃଦ୍ଧି କାହାର ସାହାଯ୍ଯରେ ହେଉଛି ତାର ତଦନ୍ତ ଦାବୀ କରିଛନ୍ତି ।।

ଆଗାମୀ ଦିନ ରେ ଏସବୁକୁ ନେଇ ବ୍ଯାପକ ଏନ୍ଦୋଳନ ହେବ ବୋଲି ଶ୍ରୀମତୀ ଛୁରିଆ ଚେତବନୀ ଦେଇଥିଲେ ।।ପରେ ଦଳର ସମସ୍ତ କାର୍ଯ୍ଯକର୍ତ୍ତା,କର୍ମି ମାନଙ୍କୁ ନେଇ ପଦଯାତ୍ରା ରେ ବିଭିନ୍ନ ନାରାଦେଇ ବ୍ଲକ୍ କାର୍ଯ୍ଯାଳୟକୁ ଯାଇଥିଲେ ।।ସେଠାରେ ଗୋଷ୍ଠିଉନ୍ନୟନ ଅଧିକାରୀ ଶ୍ରୀୟୁକ୍ତ କର୍ଣ୍ଣ ସୁନା ଙ୍କୁ ମୁଖ୍ଯମନ୍ରୀ ଙ୍କ ଉଦ୍ଯେଶ୍ଯ ରେ ଏକ ଦାବୀପତ୍ରୀ ପଢି ଶୁଣାଇ ଦିଆଯାଇଥିଲା ।।ଆଗାମୀ ତା୧୯,୯,୨୦୨୫ସୁଦ୍ଧା ଯଦି ଏନ୍,ଏସ୍,ସି ଘୋଷଣା ନ ହୁଏ ତେବେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଥିଲେ ।।ଏହି ପ୍ରେସ୍ ମିଟ୍ ରେ ବ୍ଳକ୍ ର ଅଧ୍ଯକ୍ଷା ସୁପ୍ରଭା ମହାଲିଙ୍ଗ,ଉପାଧ୍ଯକ୍ଷ ଡୋଳାମଣି ଖେତି,ଜିଲ୍ଲାପରିଷଦ ସଭ୍ଯା ପଦ୍ମିନୀ ଗଡତିଆ,ପିଙ୍କିବଢେଇ,ଭେଡେନ ସରପଞ୍ଚ ଅକ୍ଷୟ ନାଏକ,ଭେଡେନ ପଞ୍ଚାୟତ ବିଜେଡି ସଭାପତି ନରସିଂହ ରଥ,ଆଇନଜୀବି ଭରତ ତ୍ରୀପାଠୀ,ବରିଷ୍ଠନେତା ଦେଲ୍ଲିପ ରଥ,ଭେଡେନ ଜମିଦାର ଙ୍କ ଦାୟାଦ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଜୋତ୍ସ୍ନାମୟୀ ସିଂ ,କୁବେଡେଗ ସମିତି ସଭ୍ଯ ପ୍ରଦ୍ଯୁତ୍ ତ୍ରୀପାଠୀ,ଭରତ ବରେଇ ,ସାନନ୍ଦ ବେହେରା ,ସୌମ୍ଯ ବେହେରା,ପଦ୍ମନାଭ ଦାଶ,ମାନ ମାଡପାଚି,ବଳରାମ ସାହୁ ,ଘନ ମେହେର ,ଭେଡେନ ବଣିକ ସଂଘର ସଭ୍ଯ ,କାର୍ଯ୍ଯକର୍ତ୍ତା,ଡ୍ରାଇଭର୍ ସଂଘର କାର୍ଯ୍ଯକର୍ତ୍ତା ସମିତି ସଭ୍ଯ ତୁଷବନ୍ତ ବେହେରା ,ଲକ୍ଷ୍ମୀ ଭୁଏ,ସୁଧାଞଳୀ ମେହେର,ଜୋତିର୍ମୟୀ ସାହୁ ପ୍ରଶୁନ ସତପଥୀ,ଠାକୁର ଦଲେଇ,ସୁବଳ ପଧାନ ପ୍ରମୁଖ ଯୋଗଦାନ କରିଥିଲେ। ପରିଶେଷ ରେ ବିଜୁଜନତାଦଳ ର ପଞ୍ଚାୟତ ସଭାପତି ନରସିଂହ ରଥ ଧନ୍ଯବାଦ ଦେଇଥିଲେ ।।
ବରଗଡ଼ ଜିଲ୍ଲା ଭେଡେନ ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)
