February 10, 2026
Home » “ଭୋକିଲା ପେଟ କୁ ଦାନା” କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ

“ଭୋକିଲା ପେଟ କୁ ଦାନା” କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ

0
WhatsApp Image 2025-02-13 at 6.41.32 PM

। ସାରା ଓଡିଶା ରେ ପ୍ରତି ସରକାରୀ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଛି। ଏହା କୁନି କୁନି ପିଲା ମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ପାଇଁ ସୁନ୍ଦର ବ୍ୟବସ୍ଥା। ଛୋଟ ଛୋଟ ପିଲା ମାନେ ଖାଦ୍ୟ ଖାଇବା ପରେ ବଳକା ଖାଦ୍ୟ କୁ ଏଣେ ତେଣେ ଫିଙ୍ଗି ଦେଇଥାନ୍ତି। ଏହି ବଳକା ଖାଦ୍ୟ କୁ ଏକତ୍ର କରାଇବା ଓ ପରିବେଶ କୁ ସଫା ରଖିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ନୂତନ କାର୍ଯ୍ୟକ୍ରମ “ଭୋକିଲା ପେଟ କୁ ଦାନା”। ଏହି କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡା ଜିଲ୍ଲାର ଚକଡା଼ ପଞ୍ଚାଯତ ର ମାଗୁରଗଣ୍ଡ ପାଟଣା ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏକ ସିମେଣ୍ଟ କୁଣ୍ଡ ତିଆରି କରି ତା ମଧ୍ୟ ରେ ବଳକା ଖାଦ୍ୟ ପକାଇବାକୁ ପିଲା ମାନଙ୍କୁ ଶିକ୍ଷା ଦିଆଯାଇଥିଲା। ଏହି ବଳକା ଖାଦ୍ୟ କୁ ପକ୍ଷୀ, ପଶୁ, ପୋକ, ମାଛି ପରି ଅନେକ ଜୀବ ଖାଦ୍ୟ ଅଭାବ ରୁ ବଞ୍ଚି ପାରିବେ। ଏହା ଦ୍ବାରା କୁନି କୁନି ପିଲା ମାନେ କିଛି ସଂସ୍କାର ଶିଖିବା ଶହ ପରିବେଶ ର ହିତ ସାଧନ ରେ ସହଯୋଗ ରେ ଆସିବେ ବୋଲି ପ୍ରଧାନ ଶିକ୍ଷକ ଭିକାରୀ ଚରଣ ଦାସ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ର ପରିକଳ୍ପନା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ଗଛ ସାରେ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସାହୁ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ତପନ କୁମାର ନାଥ, ଭାବଗ୍ରାହୀ ସାହୁ, ନିଗମ ସାହୁ, ବିକ୍ରମ ସାହୁ, ଶୈଳବାଳା ସାମଲ, ଦୁର୍ଗା ମାଧବ ସେଠୀ , ଚିତ୍ରଶିଳ୍ପୀ ଦିନେଶ କୁମାର ବାରିକ୍ ଏବଂ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *