December 3, 2025
Home » ମଦମୁକ୍ତି ଯୁବବାହିନୀ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମଦମୁକ୍ତି ଯୁବବାହିନୀ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-11-22 at 2.18.56 PM

 

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହାର ଅଧ୍ୟକ୍ଷ ଜଗବନ୍ଧୁ ବେରିହା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ନିଶା ଠାରୁ ଛାତ୍ର ଛାତ୍ରୀ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଶରତ ଭୋଇ ଛାତ୍ର ଜୀବନରେ ଶୃଙ୍ଖଳା ରହିଲେ ଭବିଷ୍ୟତ ଉଜ୍ୱଳ ହେବ ବୋଲି ଉଦବୋଧନ ଦେଇଥିଲେ l ଅଧ୍ୟାପକ ସଞ୍ଜୟ ସାହୁ ନିଶା କେବେ କାହାରି ମଙ୍ଗଳ କରିନାହିଁ ବରଂ ମଣିଷ କୁ ମୃତ୍ୟୁ ମୁଖ କୁ ଟାଣି ନିଏ ବୋଲି କହିଥିଲେ l ସ୍ଥାନୀୟ ସ୍ବେଛାସେବୀ ସଂଗଠନ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ ମଦ ଜନିତ ମୃତ୍ୟୁ, ଓ ବିଭିନ୍ନ ରୋଗର କାରଣ ବୋଲି ଉପସ୍ଥାପନା କରିଥିଲେ l ବରିଷ୍ଠ ସଦସ୍ୟ ପ୍ରମୋଦ ପଣ୍ଡା ନିଶା ନିବାରଣ ପ୍ରଥମ ରେ ନିଜ ଠାରୁ କରିବାକୁ ଆହ୍ୱାନ ଦେଇଥିଲେ l ଶେଷରେ ମଦ ମୁକ୍ତି ଯୁବବାହିନୀ ର ଜିଲ୍ଲା ସଂଯୋଜକ ସୁଦାମ ଗାଈଗରିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଜୀବନି ଆଲୋଚନା କରିବା ସହ ଓଡ଼ିଶା ରେ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ଲାଗୁ କରିବା ବିଷୟରେ ଉପସ୍ଥାପନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ 200 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *