December 2, 2025
Home » ମଦ୍ୟପାନ କରିବା ଶିକ୍ଷକ ଙ୍କୁ ପଡିଲା ମହଙ୍ଗା

ମଦ୍ୟପାନ କରିବା ଶିକ୍ଷକ ଙ୍କୁ ପଡିଲା ମହଙ୍ଗା

0
WhatsApp Image 2025-12-02 at 11.27.53 AM (1)

ମଦ୍ୟପ ଶିକ୍ଷକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଅମାନିଆ ଶିକ୍ଷକଙ୍କ ଉପରେ ପଡିଛି ଶନିଦଶା । ମଦ୍ୟପାନ କରି ସ୍କୁଲ କୁ ଆସିବା ପଡିଲା ମହଙ୍ଗା । ପୁଣି ଜଣେ ଶିକ୍ଷକ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହରଭଙ୍ଗା ଗୋଷ୍ଟୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା । ଗୋଟିଏ ଦିନର ଦରମା ବନ୍ଦ ସହ ଆରମ୍ଭ ହେଲା ବିଭାଗୀୟ ତଦନ୍ତ l ଶିକ୍ଷକ ଜଣକ ହେଲେ ହରଭଙ୍ଗା ବ୍ଲକ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକ । ସୂଚନାମୁତାବକ ଗତ ୨୭ ତାରିଖ ରେ କର୍ତ୍ତବ୍ୟରେ ଅବହେଳା କାରଣରୁ ୧୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ କରିଥିଲେ ହରଭଙ୍ଗା ଗୋଷ୍ଟୀ ଶିକ୍ଷା ଅଧିକାରୀ । କିନ୍ତୁ ଏହି ୧୦ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଖପା ହୋଇଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଶିକ୍ଷକ ଜଣକ ହେଲେ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ସୁରମଣି ମଲ୍ଲିକ । ଖପା ହେବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଶିକ୍ଷକ ଜଣକ ପ୍ରତିଦିନ ସ୍କୁଲ କୁ ମଦ୍ୟପାନ କରି ଆସୁଥିଲେ । ଛାତ୍ରଛାତ୍ରୀ ଙ୍କୁ ପାଠ ପଢେଇବା ପରିବର୍ତ୍ତେ ମୋବାଇଲ ରେ ବ୍ୟସ୍ତ ରହୁଥିଲେ । ସ୍କୁଲ କୁ ମନ ଇଛା ଆସିବା ସହ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ନଜଣାଇ ସ୍କୁଲ ରେ ଅନୁପସ୍ଥିତ ରହୁଥିଲେ । ଯାହା ର ଅଭିଯୋଗ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନିକଟରେ ହୋଇଥିଲା । ବିଭାଗ ପକ୍ଷରୁ ତଦନ୍ତ ପରେ ସତ ବାହାରକୁ ଆସିଥିଲା । ଏବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୂର୍ବ ରୁ କାରଣ ଦର୍ଶାଓ ନୋଟିସ ର ଉତ୍ତର ନ ଦେଇ ଥିବାରୁ ଏବେ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ପତ୍ର ସଂଖ୍ୟା ୩୧୧୪ ରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଶିକ୍ଷକମାନେ ଠିକ ସମୟରେ ସ୍କୁଲ ଯିବା ସହ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରନ୍ତୁ ଓ ବିଭାଗ କୁ ଆଗକୁ ନେବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ବ୍ଲକ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା କହିଛନ୍ତି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *