April 2, 2026
Home » ମଧୁସୂଦନ ପାର୍କ ରେ ଓଡିଶା ଦିବସ ପାଳିତ

ମଧୁସୂଦନ ପାର୍କ ରେ ଓଡିଶା ଦିବସ ପାଳିତ

0
WhatsApp Image 2026-04-02 at 12.09.07 PM (1)

ଭୁବନେଶ୍ୱର- ପୋଖରିପୁଟ ମଧୁସୂଦନ ପାର୍କ ସ୍ଥିତ ମଧୁ ମଣ୍ଡପରେ ମର୍ନିଂ ୱାର୍କରସ ଅସୋସିଏସନ ଓ ଏମ.ଏସ ୱାର୍କରସ କ୍ଲବ ର ମିଳିତ ସହଯୋଗରେ ପବିତ୍ର ଓଡିଶା ଦିବସ ପାଳିତ ହୋଇଯାଇଛି। ସଭାପତି ନିର୍ମଳ ସାମଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟକ୍ରମ ର ଆବାହକ ବାଲ୍ମୀକି ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ତାତ୍ୱର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ସଭାପତି ଶ୍ରୀଯୁକ୍ତ ସାମଲ ଯେଉଁ ମହାପୁରୁଷ ତଥା ବରପୁତ୍ରମାନଙ୍କ କଠୋର ଓ ବଳିଷ୍ଠ ଉଦ୍ୟମ ଲାଗି ଓଡିଶା ଭାଷାଭିତ୍ତିରେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇପାରିଲା ସମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲଳିତ ରାଉତ, ରଶ୍ମିବାଳା ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ମିଶ୍ର, ରାଧାକାନ୍ତ ଦାଶ, ଅଧ୍ୟାପକ ମହେନ୍ଦ୍ର ଜେନା, ସୁନୀଲ ବିଶ୍ୱାଳ, ହରିବନ୍ଧୁ ପ୍ରହରାଜ, ଅରୁଣ ମହାନ୍ତି, ଲୋକନାଥ ସୁବୁଦ୍ଧି, ସ୍ମିତା ବିଶ୍ୱାଳ, ଅରୁପ ପଟନାୟକ, ବିଷ୍ଣୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ପରିଶେଷରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *