February 7, 2026
Home » ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା. ହାସ୍ୟ କଳା ଓ ନାଚ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ

ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା. ହାସ୍ୟ କଳା ଓ ନାଚ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ

0
WhatsApp Image 2026-01-17 at 12.13.53 PM

 

ବ୍ରହ୍ମପୁର : ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ୧୩ ତମ ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ଅତିଥି ଭାବେ ଅର୍ବାନ ବ୍ୟାଙ୍କ୍ ସଭାପତି ଆର୍ ମୂରଲୀ ମୋହନ,କର୍ପୋରେଟର ଆପା ରାଓ, ଟି., କିଶୋର, ତ୍ରିପତି ପାତ୍ର, ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଡି କରୁଣାକର,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଯୋଗଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଠାରେ ବହୁ ଅନୁଷ୍ଠାନ ତରଫରୁ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ହାସ୍ୟ କଳାକାର ପ୍ରୀତିରଞ୍ଜନ ,ମଧୁସୂଦନ ,ମାଙ୍କେ ଙ୍କ ସହ ଆନ୍ନା ଟିମ୍ ର ସମସ୍ତ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ହୋଇଥିଲା କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା ରେ ବହୁ କବି କବୟିତ୍ରୀ ଯୋଗ ଦେଇଥିଲେ ।ସମସ୍ତ ସଦସ୍ୟଙ୍କୁ ମହାନଗର ମହୋତ୍ସବ କମିଟି ପକ୍ଷରୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇଥିଲା ।.ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ସାଂସ୍କୃତିକ ସମ୍ପାଦକ ସୁଦିପ କୁମାର ସାହୁ , ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ପ୍ରଶାନ୍ତ ପ୍ରତିନିଧି,ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ.।ମହାନଗର ମହୋତ୍ସବର ଅଷ୍ଟମ ରାଜନୀରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଆସିଥିବା କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ.। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ନାଚ ପରିବେଷଣ କରାଯାଇଥିଲା ।ଏହାସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା. । ଶେଷରେ ସମସ୍ତ କଳାକାରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ମହାନଗର ମହୋତ୍ସବର ଅଷ୍ଟମ ରଜନୀର କାର୍ଯକ୍ରମକୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ଗୁଲାମ୍ ଏବଂ ତମନ୍ ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *