ମହାପ୍ରଭୁଙ୍କୁ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି
ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କଲେ ଟିମ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଜିତେଶ ଶର୍ମା, କୋଚ୍ ଗୌତମ ଗମ୍ଭୀର ଓ ଅଫିସିଆଲ l କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ମନ୍ଦିର ଭିତରକୁ ଯାଇ 15 ମିନିଟ ଧରି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ସମସ୍ତେ l ଟିମ ଇଣ୍ଡିଆ ର କୋଚ ଏବଂ ଖେଳାଳି ମାନେ ବାରବାଟୀରେ ଟି 20 ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିଜୟ ପ୍ରାଥନା କରିଛନ୍ତି l ପୁରୀ ଏସ୍ପି ଏବଂ ଜିଲ୍ଲାପାଳ,,ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ସେବାୟତ ମାନେ ଟିମ ଇଣ୍ଡିଆର ଖେଳାଳି ମାନଙ୍କୁ ସ୍ୱାଗତ କରିଥିଲେ l ଆଜି ବାରବାଟୀରେ ଦମଦାର ମ୍ୟାଚ ଅନୁଷ୍ଠିତ ହେବ l ଶ୍ରୀମନ୍ଦିର ନିକଟରେ ଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ଭାରତୀୟ ଦଳର ଖେଳାଳିଙ୍କୁଅତି ପାଖରେ ଦେଖି ବେଶ ଖୁସି ବ୍ୟକ୍ତ କରିଥିଲେ l ଟି 20 ମ୍ୟାଚ ଭାରତୀୟ ଦଳ ବିଜୟ ଲାଭ କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରିଛନ୍ତି ଖେଳାଳି ଓ ଅଫିସିଆଲ l କଡା ସୁରକ୍ଷା ମଧ୍ୟରେ ଟିମ ଇଣ୍ଡିଆର ଖେଳାଳି ମାନେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଯାଇଛନ୍ତି l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
