April 3, 2026
Home » ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ହୋଇଛି ନରେନ୍ଦ୍ର ପୁଷ୍କରିଣୀ

ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ହୋଇଛି ନରେନ୍ଦ୍ର ପୁଷ୍କରିଣୀ

0
WhatsApp Image 2026-04-02 at 7.44.50 PM (1)

ଆସନ୍ତା ୨୦ ତାରିଖରେ ପଡୁଛି ପବିତ୍ର ଅକ୍ଷୟ କୁମାର। ଏହି ଅବସର ରେ ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଙ୍କ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବା ସହ ମହାପ୍ରଭୁ ଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ।ମହାପ୍ରଭୂ ନରେନ୍ଦ୍ର ପୁଷ୍କରିଣୀ କୁ ବିଜେ କରି ନନ୍ଦା ଭଦ୍ରା ଦୁଇଟି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ। ତେବେ ପବିତ୍ର ଚୈତ୍ର ପୂର୍ଣ୍ଣିମା ରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧି ଓ ପରମ୍ପରା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଙ୍କ ଚାପ ଡଙ୍ଗା କୁ ନରେନ୍ଦ୍ର ପୁଷ୍କରିଣୀ ଜଳରାଶି ରୁ ଉପରକୁ ବାହାର କରାଯାଇଛି। ଭୋଇ ସେବକ ମାନେ ୫ ଟି ଡଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ କୁ ନରେନ୍ଦ୍ର ପୁଷ୍କରିଣୀ ଜଳ ରାଶି ଭିତରୁ ଉପରକୁ ଆଣିଛନ୍ତି। ଏହାକୁ ଖରାରେ ଶୁଖାଯିବା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ମିଶ୍ରଣ ତଥା ପିଚୁ ରାଳ , ଝୁଣା କୁ ଗରମ କରାଯାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇ ଡଙ୍ଗା ରେ ପ୍ରଲେପ ଦିଆଯିବା। ଯାହାକି ଡଙ୍ଗା କୁ ସୁରକ୍ଷିତ ରଖିବ। ପ୍ରତ୍ୟେକ ବର୍ଷ ଚନ୍ଦନଯାତ୍ରା ଶେଷ ପରେ ମହାପ୍ରଭୁ ଙ୍କ ଚାପ ଡଙ୍ଗା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ କୁ ନରେନ୍ଦ୍ର ପୁଷ୍କରିଣୀ ଜଳରାଶି ତଳେ ବୁଡ଼ାଇ ରଖାଯାଏ। ପୁଣି ପରବର୍ଷ ଚନ୍ଦନଯାତ୍ରା ପୂର୍ବରୁ ଚୈତ୍ର ପୂର୍ଣ୍ଣିମା ରେ ୫ ଟି ଡଙ୍ଗା କୁ ନରେନ୍ଦ୍ର ପୁଷ୍କରିଣୀ ଜଳ ରାଶି ଭିତରୁ ଉପରକୁ ଅଣାଯାଇ ଆବଶ୍ୟକ ମରାମତି ଓ ପିଚୁରାଳ ମିଶ୍ରଣ ର ପ୍ରଲେପ ଦିଆଯାଏ। ଯାହା ଫଳରେ କାଠ ରେ ନିର୍ମିତ ଡଙ୍ଗା ଟି ଦୀର୍ଘ ଏକ ବର୍ଷ ଜଳ ରାଶି ଭିତରେ ରହିଲେ ବି କାଠ ଡଙ୍ଗାର କିଛି ଅସୁବିଧା ହୁଏ ନାହିଁ। ଦେବେ ପରମ୍ପରା ଅନୁଯାୟୀ ଯେଉଁବର୍ଷ ମହାପ୍ରଭୂ ଙ୍କ ନବକଳେବର ପଡିବ ତାହାର ପର ବର୍ଷ ମହାପ୍ରଭୁଙ୍କ ର ନୂଆ ଚାପ ଡଙ୍ଗା ନିର୍ମାଣ ହେବାର ବିଧି ରହିଛି।


ମହାପ୍ରଭୂ ଙ୍କ ଚନ୍ଦନ ଯାତ୍ରା ହେଉଛି ଜଳଯାତ୍ରା ନିମନ୍ତେ ଉଦ୍ଦିଷ୍ଟ।ମହାପ୍ରଭୂ ଯେହେତୁ ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଛନ୍ତି ପ୍ରଚଣ୍ଡ ଗ୍ରୀଷ୍ମ ରେ ଅବସର ବିନୋଦନ ଭଳି ସୁଶିତଲତା ପାଇଁ ମହାପ୍ରଭୁ ଜଳଯାତ୍ରା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ରୁ ୨୧ ଦିନ ଧରି ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିରେ ଭୁଦେବୀ, ଶ୍ରୀଦେବୀ ଓ ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଙ୍କ ସହ ଶ୍ରୀକ୍ଷେତ୍ର ର ପଞ୍ଚ ଶଙ୍କର ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ ଏବଂ ନୀଳକଣ୍ଠ ଏମାନେ ମଧ୍ୟ ମହାପ୍ରଭୁଙ୍କ ସହ ଯାତ୍ରା କରିଥାନ୍ତି। ଠାକୁର ମାନେ ନରେନ୍ଦ୍ର ସରୋବର ରେ ଥିବା ଚନ୍ଦନ କୁଣ୍ଡ ରେ ଜଳମଗ୍ନ ହୋଇଥାନ୍ତି। ମହାପ୍ରଭୂ ଜଳକେଳି କରିଥାନ୍ତି। କେଳି ମାଣ୍ଡୁଅ ଭୋଗ ଲାଗିଥାଏ। ଯେହେତୁ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଅନୁଭୂତ ହୁଏ ମହାପ୍ରଭୁ ଙ୍କୁ ଶୀତଲତା ପାଇଁ ଏହି ପର୍ବ ଉଦ୍ଦିଷ୍ଟ। ଏହା ବାମ ଦେବ ସଂହିତା ରେ ଉଲ୍ଲେଖ ରହିଛି। ଅକ୍ଷୟ ତୃତୀୟା ରୁ ୨୧ ଦିନ ଧରି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀ କୁ ଜଳ ଯାତ୍ରା ପାଇଁ ଯାତ୍ରା କରୁଥିବାରୁ ଏହାକୁ ବାହାର ଚନ୍ଦନ କୁହାଯାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବରୁ ଅନ୍ୟ ସବୁ ଦିବସ ରେ ଶ୍ରୀମନ୍ଦିର ଭିତରେ ଯେଉଁ ନୀତି ଅନୁଷ୍ଠିତ ହୋଇଥାଏ ତାହାକୁ ଭିତର ଚନ୍ଦନ କୁହାଯାଏ।

Leave a Reply

Your email address will not be published. Required fields are marked *