March 9, 2026
Home » ମହିଳା ଦିବସ ଅବସରରେ ସୁବର୍ଣ୍ଣପୁରରେ ‘ଶକ୍ତି ପଦଯାତ୍ରା’ ଆୟୋଜିତ

ମହିଳା ଦିବସ ଅବସରରେ ସୁବର୍ଣ୍ଣପୁରରେ ‘ଶକ୍ତି ପଦଯାତ୍ରା’ ଆୟୋଜିତ

0
WhatsApp Image 2026-03-08 at 5.30.36 PM (1)

 

ସୁବର୍ଣ୍ଣପୁର:  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସକାଳ ୮ ଘଟିକାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ପକ୍ଷରୁ ସୁରେଶ୍ୱରୀ ମନ୍ଦିରରୁ ସୋନପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶକ୍ତି ପଦଯାତ୍ରା ଆୟୋଜନ କରାଯାଇଥିଲା। ‘ଶକ୍ତିର ଗତି ରାଷ୍ଟ୍ରର ପ୍ରଗତି’ ବାର୍ତ୍ତା ବହନ କରୁଥିବା ଏହି ପଦଯାତ୍ରା ଜିଲ୍ଲାର ମହିଳା ଏବଂ ଛାତ୍ରୀମାନଙ୍କୁ ଦେଶର ବିକାଶରେ ଅବଦାନ ରଖିବା ପାଇଁ ଉତ୍ସାହିତ କରିଥିଲା।ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ଏହି ୫ କିଲୋମିଟର ବିଶିଷ୍ଟ ପଦଯାତ୍ରାକୁ ଧଳା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟରୁପା ରଥ ଏହି ପଦଯାତ୍ରାର ନେତୃତ୍ୱ ବହନ କରିଥିଲେ।ଏହି ପଦଯାତ୍ରାରେ ସୋନପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଡ଼ିଏସପି ଶ୍ରୀମତୀ ରେଣୁକା ସୁନା, ସୋନପୁର ଥାନା ଅଧିକାରୀ ଶ୍ରୀ ଯାଦବ ବାଗ, ଡେପୁଟି କଲେକ୍ଟର ଏବଂ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ମା ସୁରେଶ୍ୱରୀଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ୩ (ତିନି) ଦିନିଆ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଅନ୍ତିମ କାର୍ଯ୍ୟକ୍ରମ ଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଏବଂ ବିଭିନ୍ନ ଅନୁଷ୍ଠାନର ମହିଳାମାନେ ଏଥିରେ ଭାଗ ନେଇଥିଲେ। ବିଭିନ୍ନ ସ୍ଲୋଗାନ ବିଶିଷ୍ଟ ପୋଷ୍ଟର ଧରି ସେମାନେ ମା ସୁରେଶ୍ୱରୀଙ୍କ ପୀଠରୁ ବାହାରି ନଳିନୀ ଛକ ଦେଇ ସୋନପୁର ମହାବିଦ୍ୟାଳୟରେ ପହଞ୍ଚିଥିଲେ।ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ ଉପସ୍ଥିତ ସମସ୍ତ ଛାତ୍ରୀ ଓ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ଦେଶର ଉନ୍ନତିରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଏହାସହିତ ଜିଲ୍ଲାର ସୁବର୍ଣ୍ଣl ନାରୀ ଜାଗରଣ ସମିତି, ତୁଳସୀ ମହିଳା ସମିତି, ଭାରତ ବିକାଶ ପରିଷଦ ମହିଳା ସହାଭାଗିତା ଆଦି ସଂଗଠନର ମହିଳାମାନେ ମଧ୍ୟ ପଦଯାତ୍ରାରେ ସକ୍ରିୟ ଭାବେ ଭାଗ ନେଇଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *