October 22, 2024
Home » ମହିଳା ୱାକର କ୍ଲବ ତରଫରୁ ବିଶ୍ଵ ହୃଦୟ ଦିବସ ପାଳିତ

ମହିଳା ୱାକର କ୍ଲବ ତରଫରୁ ବିଶ୍ଵ ହୃଦୟ ଦିବସ ପାଳିତ

0

“ବିଶ୍ଵ ହୃଦୟ ଦିବସ” ଉପଲକ୍ଷେ ସାଇ ପ୍ରିୟା ମହିଳା ୱାକର କ୍ଲବ, ସାଇ ପ୍ରିୟା ନଗର, ରାୟଗଡା ଠାରେ ସେପ୍ଟେମ୍ୱର ୨୯ ଅପରାହ୍ନରେ ଏକ ହୃଦରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯୟକ୍ରମରେ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ, ଅବସପ୍ରାପ୍ତ ସରକାରୀ ହୋମିଓପାଥିକ ଚିକିତ୍ସାଧିକାରି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ରାଷ୍ଟ୍ରୀୟ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଶିକ୍ଷକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହୃଦରୋଗ ର କାରଣ ଓ ଏହାର ନିରାକରଣ ନିମିତ୍ତ ଅନେକ ହୃଦୟ ସମନ୍ଧୀୟ ତଥ୍ୟ କ୍ଲବର ସଦସ୍ୟା ମାନଙ୍କୁ ଅବଗତ କରାଇଥିଲେ। ସଦସ୍ୟା ମାନଙ୍କୁ CPR ତାଲିମ୍ ଏକ ନକଲି ମନୁଷ୍ୟ କଣ୍ଢେଇ ମାଧ୍ୟମରେ ଶିକ୍ଷା ଦେଇଥିଲେ। ବର୍ତ୍ତମାନ୍ ସମାଜରେ ହୃଦରୋଗ ଏକ ଭୟଙ୍କର ଘାତକ ହୋଇସାରିଛି। ଏଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ଉପଯୁକ୍ତ ସନ୍ତୁଳନ ଖାଦ୍ୟ ଗ୍ରହଣ, ନିଦ୍ରା, ବ୍ୟାୟାମ, ପ୍ରତିଦିନ ଚାଲିବା ସହ ଧୁମ୍ରପାନ, ମଦ୍ୟ, ଆଳସ୍ୟ ଏଵଂ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ତତ୍ସହିତ୍ ଅନେକ ଘରୋଇ ପ୍ରାଥମିକ ଉପଚାର ବିଷୟ ରେ ଜଣାଇଥିଲେ। ଉକ୍ତ କ୍ଲବର ସଭାନେତ୍ରୀ ଶ୍ରୀମତୀ କେ ଅରୁଣା , ସମ୍ପାଦିକା ଶ୍ରୀମତୀ କେ ଆଲେଖ୍ୟା, ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ପି ରମାଦେବୀ କୋଷାଧକ୍ଷା ଶ୍ରୀମତୀ ଏ ସୁଶୀଳା କାର୍ଯ୍ୟକ୍ରମକୁ ଅତି ସୁଚାରୁ ରୂପେ ପରିଚାଳନା କରିଥିଲେ। ସଭାନେତ୍ରୀ ଶ୍ରୀମତୀ କେ ଅରୁଣା ଡାକ୍ତର ସାହୁଙ୍କୁ ସମ୍ମାନିତ କରିବା ସହ ସାମାଜିକ ସ୍ତରରେ ତାଙ୍କର ଦୃଷ୍ଟାନ୍ତ ମୂଳକ ସେବା କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ। ସମୁଦାୟ ୩୦ ଜଣ ମହିଳା ସଦସ୍ୟା କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଏହିଭଳି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବାରମ୍ବାର କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ପରିଶେଷରେ ଶ୍ରୀ ଲାଡି ଚନ୍ଦ୍ରମଉଳି, ଉପଦ୍ଦେଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *