ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସାଂସଦ ଭତ୍ତୃହରିଙ୍କ ବକ୍ତବ୍ୟ
ପର୍ଯ୍ୟଟନ ର ବିକାଶ ଦିଗରେ ପଦକ୍ଷେପ ନିଆଯିବ
ଆଠଗଡ:ବୁଧବାର ସନ୍ଧ୍ୟାରେ ୭ଦିନ ବ୍ୟାପି ଆଠଗଡ ମହୋତ୍ସବ ଉଦଯାପିତ ହୋଇଯାଇଛି।ଉଦଯାପନ ଦିବସ ସମାରୋହ ରେ କଟକ ଲୋକସଭା ଆସନର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ଭତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଥମେ ସାଂସଦ ଙ୍କ ପାଣ୍ଠିରୁ ନିର୍ମାଣ ହୋଇଥିବା ମହୋତ୍ସବ ପଡିଆ ଓ ମଣ୍ଡପ କୁ ସାଂସଦ ଉଦ୍ଘାଟନ କରିଥିଲେ।ପରେ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ସମାରୋହ କୁ ଶୁଭାରମ୍ଭ କରିଥିଲେ। ଆଠଗଡ ହେଉଛି ଓଡ଼ିଆ ଅସ୍ମିତା ର ଐତିହ୍ୟ ଓ ସ୍ବାଭିମାନ ର ମାଟି। ଐତିହ୍ୟ ସମ୍ପନ୍ନ ଆଠଗଡ ନାରୀ ଜାତିର ସମ୍ମାନ ରଖିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛି। ଆଠଗଡ ରେ ଅନେକ ଗୁଡ଼ିଏ ଶିଳ୍ପ ପ୍ରତିଷ୍ଠା କରାଯାଇଛି।ତେବେ ଏହି ସବୁ କାରଖାନାରୁ ବାହାରୁଥିବା ଧୂଆଁ ଦ୍ଵାରା ବାୟୁ ଓ ବର୍ଜ୍ୟ ଜଳ ଦ୍ଵାରା ଜଳ ଦୂଷିତ ହେଉଛି।ଏଠାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି। ଆଠଗଡ ରେ ଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି।ଆଗାମୀ ଦିନରେ ଧବଳେଶ୍ଵର ପୀଠ ଓ ଅମଙ୍ଗେଇ କୁଦ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ରର ବିକାଶ ସହ ପ୍ରଦୂଷଣ ରହିଟ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେବେ ସାଂସଦ କହିଥିଲେ।ମହୋତ୍ସବ କମିଟିର ଆବାହକ ଫଣିଭୂଷଣ ରଥ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା,ଭାଜପା ନେତା ଅଭୟ ବାରିକ,ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ ଓ ସମ୍ପାଦକ ବନବିହାରୀ ସାହୁ, ଆଠଗଡ ଥାନା ଅଧିକାରୀ ସୁଶ୍ରୀ ସୁମତି ମହାନ୍ତି ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ।ସଭା ଆରମ୍ଭରୁ ଗୀତିକାର ରାଧାନାଥ ଦାସଙ୍କ ଲିଖିତ ଓ ଗୁରୁଦତ୍ତ ନାୟକ ଙ୍କ ସ୍ଵର ସଂଯୋଜନା,ବିପ୍ଳବ ଦାସ ଙ୍କ ନିର୍ଦ୍ଦେଶନା ରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନେ ଆଠଗଡ ସମ୍ପର୍କରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଉଦଘୋଷକ ପାର୍ଥସାରଥୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ,ଧନ୍ୟବାଦ୍ ପ୍ରଦାନ କରିବା ସହ ସଭାକୁ ସଞ୍ଚାଳନ କରିଥିଲେ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାମ୍ବାଦିକତାରେ ରବିନାରାୟଣ ମହାପାତ୍ର,ଶିକ୍ଷାବିତ୍ ପାରେଶ୍ୱର୍ ଜେନା,ସମାଜସେବୀ ସତ୍ୟବ୍ରତ ମହାପାତ୍ର, ଆଠଗଡ ଥାନା ଆଇଆଇସି ସୁଶ୍ରି ସୁମତି ମହାନ୍ତି ଙ୍କୁ ସାଂସଦ ଶ୍ରୀଯୁକ୍ତ ମହତାବ ସମ୍ଭର୍ଧିତ କରିଥିଲେ। ଅନ୍ତିମ ସଂଧ୍ୟା ରେ ।ପ୍ରଖ୍ୟାତ କଣ୍ଠଶିଳ୍ପି ସୁଶ୍ରୀ ଅସୀମା ପଣ୍ଡା ଓ ତାଙ୍କ ସାଥି ମାନ ଙ୍କ ସଙ୍ଗୀତରେ ଦର୍ଶକ ମାନେ ଝୁମିଥିଲେ।
