ମାଆ ଦକ୍ଷିଣକାଳୀଙ୍କ ଆଶୀର୍ବାଦ ନେଇ ଜିଲ୍ଲାର ଦାଇତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ (ଆଇ .ଏ. ଏସ) ମଧୁମିତା ରଥ
।
ନୟାଗଡ : ନୟାଗଡ ନୂତନ ଜିଲ୍ଲାପାଳ ଭାବେ ଆଇ ଏ ଏସ ମଧୁମିତା ରଥ ପ୍ରଥମେ ମାଆ ଦକ୍ଷିଣକାଳୀଙ୍କ ପାଖରେ ନୟାଗଡ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କାମନା ପୂର୍ବକ ଓ ଆଶୀର୍ବାଦ ଭିକ୍ଷା କରି, ପୂର୍ବତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ (ତା ୫/୧/୨୦୨୬)ରେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି । ନୟାଗଡ ଜିଲ୍ଲାର କ୍ରମାନୁଷାରେ ୩୧ ଓ ୪ର୍ଥ ମହିଳା ଜିଲ୍ଲାପାଳ ଅଟନ୍ତି ।

ନୂତନ ଜିଲ୍ଲାପାଳ ମାଆ ଦକ୍ଷିଣକାଳୀଙ୍କ ଦର୍ଶନ ପରେ ମନ୍ଦିର ଠାରୁ ସର୍କିଟ ହାଉସ ଯାଇଥିଲେ ।ସେଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିବାବେଳେ ,ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଓ ସବକଲେକ୍ଟର କର୍ଣଦେବ ସମାଦାର୍ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ନୂତନ ଜିଲ୍ଲାପାଳ ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଖୁସି ହୋଇଥିଲେ ସମସ୍ତ ଅଧିକାରୀଙ୍କ ଉପସ୍ଥିତି ପାଇଁ ।ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାର ଅଧିକାରୀଗଣ, ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବୁଦ୍ଧିଜୀବି ଓ ଜିଲ୍ଲା ସାମ୍ବାଦିକମାନେ ଅପରାହ୍ନରେ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପୂର୍ବକ ଶୁଭ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
