April 4, 2026
Home » ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି

ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି

0
WhatsApp Image 2026-04-03 at 5.43.23 PM (2)

 

ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବେହେରା (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।
ଦେହାନ୍ତ ପରେ ଶବ ଦହନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା।

ମୃତକଙ୍କ ସହିତ କେବଳ ତାଙ୍କ ସ୍ତ୍ରୀ ପିଙ୍କି (ବୟସ–୩୫) ମାତ୍ର ଥିବାରୁ ସେ ଅସହାୟ ଅବସ୍ଥାରେ ବଜରଙ୍ଗ ଦଳଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ।ମାନବତାକୁ ସର୍ବୋପରି ରଖି ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତିର ସଦସ୍ୟମାନେ ମିଳିତ ଭାବେ ଆଗକୁ ଆସି ମୃତଦେହର ସମ୍ପୂର୍ଣ୍ଣ ଶବ ଦହନ କାର୍ଯ୍ୟ ସମ୍ମାନର ସହିତ ସମ୍ପନ୍ନ କରିଥିଲେ।ଏହି ସେବା କାର୍ଯ୍ୟରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶଶ୍ୟଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ବଳ ଉପାସନା ପ୍ରମୁଖ ଗଣେଶ ବେହେରା, ମିଳନ କେନ୍ଦ୍ର ପ୍ରମୁଖ କାର୍ତ୍ତିକ ବେହେରା, ଶିବ ବେହେରା, କଲ୍ୟାଣ ବେହେରା, ଈଶ୍ୱର ବେହେରା ଓ ସ୍ୱର୍ଗଧାମ ସେବା ସମିତିର ଆଶା ବନିସିକା, ଟି.ଲୋକେଶ କୁମାର ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ମାନବୀୟ ସେବା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଥିବା ସହ ସମାଜରେ ମାନବତା ଓ ସେବାଭାବର ଏକ ପ୍ରେରଣାଦାୟକ ସନ୍ଦେଶ ପ୍ରସାର କରିଛି।

Leave a Reply

Your email address will not be published. Required fields are marked *