ମାନସିକ ବିକାର ଗ୍ରସ୍ତ ବୟସ୍କ ଅନ୍ତେବାସୀଙ୍କୁ ପଶୁ ଭଳି ପ୍ଲାଷ୍ଟିକ୍ ପାଇପରେ ପିଟିଲେ

ମାନସିକ ବିକାର ଗ୍ରସ୍ତ ବୟସ୍କ ଅନ୍ତେବାସୀଙ୍କୁ ପଶୁ ଭଳି ପ୍ଲାଷ୍ଟିକ୍ ପାଇପରେ ପିଟିଲେ, ମାନସିକ ଅନଗ୍ରସର ଦିବ୍ୟାଙ୍ଗଙ୍କୁ ଗୋଇଠା ପରେ ଗୋଇଠା ମାରିଲେ । ସମ୍ବଲପୁର ନେତାଜୀ ନଗରସ୍ଥିତ ‘ସମର୍ଥ’ ଥଇଥାନ କେନ୍ଦ୍ରରୁ ଆସିଛି ବର୍ବରକାଣ୍ଡର ଭିଜୁଆଲ ପ୍ଲାଷ୍ଟିକ୍ ପାଇପରେ ପାହାର ପରେ ପାହାର, ମୁହଁ, ପିଠି, ପେଟ ଅଣ୍ଟା ଭଳି ଶରୀରର ସବୁଠି ଆଖିବୁଜା ଗୋଇଠା । ଏତିକିରେ ମନ ଶାନ୍ତି ହେଇନଥିଲା ଯେ, କୁକୁର ଭଳି ଖାଦ୍ୟ ଅନ୍ତେବାସୀଙ୍କ ମୁହଁକୁ ଫିଙ୍ଗିବା, ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା ଭଳି ଅକଥନୀୟ ଅତ୍ୟାଚର କରିଛନ୍ତି ସମ୍ବଲପୁର ‘ସମର୍ଥ’ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନ । ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଏବଂ ସତ ସାମ୍ନାକୁ ଆସିବା ପରେ ସମର୍ଥ ରିହାବ ସେଣ୍ଟରକୁ ବ୍ଲାକ୍ ଲିଷ୍ଟ କରିବା ସହ ସମ୍ପାଦକଙ୍କୁ ଅଟକ ରଖିଛି ପୋଲିସ ।