December 23, 2025
Home » ମାନ୍ୟବର ସାଂସଦ ( ଲୋକସଭା) ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ

ମାନ୍ୟବର ସାଂସଦ ( ଲୋକସଭା) ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ

0
WhatsApp Image 2025-10-04 at 9.13.03 PM (1)

 

ନବରଙ୍ଗପୁର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅପରାହ୍ନ ୩.୦୦ ଘ ସମୟରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ) ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଡି ଏଫ୍ ଓ ଶୁଭେନ୍ଦୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ। ସାଂସଦ ବଳଭଦ୍ର ମାଝି ଜିଲ୍ଲାରେ ଶିକ୍ଷା,ସ୍ଵାସ୍ଥ୍ୟ,ସାମାଜିକ ସୁରକ୍ଷା, ରାସ୍ତା ନିର୍ମାଣ, ଜନ ଯୋଗାଣ ଓ ବିତରଣ,ଶ୍ରମ,ପାନୀୟ ଓ ଜଳ ଯୋଗାଣ, ପ୍ରାଣୀ ସମ୍ପଦ, ମତ୍ସ୍ୟ,କୃଷି,ଜୀବିକା ମିଶନ,ଉଦ୍ୟାନ,ବନ ବିଭାଗ,ଟେଲିକମ, ଏନ୍ ଏଚ ବାଇପାସ୍,ଅବକାରୀ,ରେଲୱେ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ସ୍କିମ୍ ର ସମୀକ୍ଷା, ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନ ସହ ଯୋଜନା ପୂର୍ବକ କାର୍ଯ୍ୟ ଦକ୍ଷତା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ।ନିଜ ବିଭାଗର କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରି ତାର ପରିପୂର୍ଣତା ମାନଂକ ହାସଲ ପାଇଁ ପଦକ୍ଷେପ ନେବାକୁ ଓ ଅତିଶୀଘ୍ର ଏହାର ପିପିଟି ଡକ୍ୟୁ ମେନ୍ଟେସନ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

ଶିକ୍ଷା ବିଭାଗର ଶ୍ରେଣୀ ଅଭାବ,ଶୌଚାଳୟ,ବିଦ୍ୟୁତିକରଣ,ଜଳ ବ୍ୟବସ୍ତା ଉପରେ ପ୍ରଶ୍ନ ସହ ଅତି ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ସହ ଶିକ୍ଷକଙ୍କ ପାଇଁ ଆବାସିକ ବ୍ୟବସ୍ଥା ଉପରେ କହିଥିଲେ। ଜିଲ୍ଲାରେ ମତ୍ସ୍ୟ ଚାଷ ଉପରେ ବିଶେଷ ଗୁରୁତ୍ବ ଦେଇ ୧୦ ଜଣ ମତ୍ସ୍ୟ ଚାଷ ପାଇଁ ଆଗ୍ରହୀଙ୍କୁ ଚିହ୍ନଟ ପୂର୍ବକ ଉତ୍ତରପ୍ରଦେଶ ର ବାର ବାଙ୍କୀ ସ୍ଥାନ କୁ ତାଲିମ ପାଇଁ ପ୍ରେରଣ କରିବାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ କହିଥିଲେ।କୃଷି ,ଉଦ୍ୟାନ,ଉଠା ଜଳସେଚନ,କ୍ଷୁଦ୍ର ଜଳସେଚନ, ରାଜସ୍ଵ ଇତ୍ୟାଦି ବିଭାଗ ମିଳିତ ଭାବରେ ପ୍ରକୃତ ଚାଷୀ ଓ ସାର ଯୋଗାଣ ଉପରେ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ସେଭଳି ଶ୍ରମ ବିଭାଗ ଦାଦନ ଶ୍ରମିକ ରୋକିବାକୁ,ଶ୍ରମ ଆଇନ ଅନୁସାରେ ତଦନ୍ତ କରି ହିତାଧିକାରୀଙ୍କୁ ସହାୟତା,ଦଲାଲ ରାଜ ବନ୍ଦ କରିବା ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଥିଲେ।୧୦୦ ପ୍ରତିଶତ ଗ୍ରାମ କୁ ନେଟ ର ସୁବିଧା ପାଇଁ ପଦକ୍ଷେପ ନେବାକୁ ଟେଲିକମ ଅଧିକାରୀ ଙ୍କୁ କହିଥିଲେ।ନବରଙ୍ଗପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ବାଇପାସ୍ ରାସ୍ତା ନିର୍ମାଣ ରେ ଅଣ୍ଡର ପାସ୍ ବ୍ୟବସ୍ଥା ଉପରେ କହିଥିଲେ।ବିନା ଲାଇସେନ୍ସ ଓ ବେଆଇନ୍ ମଦ ବେପାର କୁ ରୋକ୍ ଲଗାଇବା,ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଓ କେତେ ସଂଖ୍ୟକ କୁଚିଆ ମଦ ବେପାର କୁ ବନ୍ଦ କଲେ ତା ଉପରେ ରିପୋର୍ଟ ଦେବାକୁ ଅବକାରୀ ଅଧିକାରୀଙ୍କୁ କହିଥିଲେ।ପ୍ରତି ପଞ୍ଚାୟତ ରେ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ କହିଥିଲେ। ସି ଡି ଏମ ଓ ଙ୍କୁ ସ୍ଵାସ୍ଥ୍ୟ ବିଭାଗ ର ଭିତ୍ତିଭୂମି, ସ୍ଵାସ୍ଥ୍ୟ ସେବା ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।ଏଥି ସହିତ କୃଷି, ପ୍ରାଣୀ,ଉଦ୍ୟାନ,ମତ୍ସ୍ୟ ବିଭାଗୀୟ ଅଧିକାରୀ ଙ୍କୁ ଭାରତୀୟ କୃଷି ଗବେଷଣା ପରିଷଦ ନିର୍ଦ୍ଦେଶକ ଙ୍କ ସହ ଅନଲାଇନ ରେ ବିଭିନ୍ନ ପରାମର୍ଶ ଓ ମତ ଅନୁସାରେ କାର୍ଯ୍ୟ ନିର୍ବାହ କରିବାକୁ ସାଂସଦ ଶ୍ରୀ ମାଝୀ ବ୍ୟବସ୍ଥା କରିଥିଲେ।
ବୈଠକ ରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *