ମାର୍କେଟ୍ ବିଲ୍ଡିଂରେ ସାଧାରଣତନ୍ତ୍ର ଦିବସ ପାଳିତ
ଆଜି ୦୮ ଘଟିକା ସମୟରେ ଦେଶର ୭୭ ତମ ସାଧାରଣତନ୍ତ୍ର ଦିବସ ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ପରିସରରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପ୍ରାରମ୍ଭ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଆସିୟା ବେଗମ୍, ସଭାପତି ପ୍ରଦ୍ୟୁମ୍ନ ଜେନା, ଉପସଭାପତି ଜଗଦିଶ ପାଣି,ସେକ୍ରେଟାରୀ ଅଜିତ କୁମାର ମହାନ୍ତି, ଧିରେନ୍ ଦତ୍ତ ମିଶ୍ର, ଅଶୋକ କୁମାର ସାହୁ, ଓମ୍ ପ୍ରକାଶ ଜେନା, ତାପସ ମହାରଣା, ଭବାନୀ ଶଙ୍କର ପ୍ରଧାନ, ମଧୁସୂଦନ ସାହୁ, ଲାଲା, ତ୍ରିଭୁବନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
