ମାଲକାନଗିରି ଜିଲ୍ଲାରେ ଏକ ଜମିରୁ ଜଣେ ନାବାଳକ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଜମିରୁ ଜଣେ ନାବାଳକ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଶନିବାର ସନ୍ଧ୍ୟାରେ ଓର୍କେଲ ପୋଲିସ ସୀମା ମଧ୍ୟରେ ଥିବା କୋରୁକୋଣ୍ଡା ବ୍ଲକ ନୀଲକମ୍ବାରୁ ପଞ୍ଚାୟତର ସୁରଲିକୋଣ୍ଡା ଗ୍ରାମରେ । ସୁରଲିକୋଣ୍ଡା ଗ୍ରାମର ଜଣେ ୧୫ ବର୍ଷର ନାବାଳକ ପ୍ରଶାନ୍ତ ମାଡକାମି ନାମକ ଜଣକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯିଏ କି ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ । ହେଲେ ଉକ୍ତ ରହସ୍ୟମୟ ମୃତ୍ୟୁ ନେଇ ନାବାଳକଙ୍କ ବାପା ଏହା ହତ୍ୟା ହୋଇଥିବା ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ଦତନ୍ତ ପାଇଁ ଦାବି କରିଛନ୍ତି ।
ସୂଚନା ମୁତାବକ ନାବାଳକର ମୃତ ଶରୀର ଏକ ଜମିରେ ଥିବା ଆମ୍ବ ଗଛରେ ଝୁଲୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିବା କ୍ଷଣି ଓରକେଲ ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି । ଏବଂ ସାଇଣ୍ଟିଫିକ ଟିମ ଆସି ଘଟଣାର ସମ୍ପୂର୍ଣ ତଦନ୍ତ କରିଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ