December 26, 2024
Home » ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଜଳେଶ୍ବର ଶୈବ ପୀଠରେ ପୂଜାର୍ଚ୍ଚନା ସହ ଶୁଭାରମ୍ଭ… ମହୋତ୍ସବ ସକାଶେ କଳସ ଶୋଭାଯାତ୍ରା

ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଜଳେଶ୍ବର ଶୈବ ପୀଠରେ ପୂଜାର୍ଚ୍ଚନା ସହ ଶୁଭାରମ୍ଭ… ମହୋତ୍ସବ ସକାଶେ କଳସ ଶୋଭାଯାତ୍ରା

0

ମାଲ୍ୟବନ୍ତ ମହୋତ୍ସବ ୨୦୨୪ ଉପଲକ୍ଷେ ମାଲକାନଗିରି ଜିଲ୍ଲା ତଥା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ସହ ସଜବାଜ ହୋଇପଡିଛି । ଏହି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଆସନ୍ତା ତା. ୧୩.୧୨.୨୦୨୪ ରିଖ ଠାରୁ ୧୭.୧୨.୨୦୨୪ ରିଖ ପର୍ଯ୍ୟନ୍ତ ମାଲକାନଗିରି ସଦର ମହକୁମା ସ୍ଥିତ ଡି.ଏନ୍.କେ. ଖେଳ ପଡିଆ ଠାରେ ଅନୁଷ୍ଠିତ ହେବା ଅବସରରେ ୨୯/୧୧/୨୪ ତାରିଖ ଶୁକ୍ରବାର ଦିନ ସକାଳ ୧୦ ଘଣ୍ଟିକା ସମୟରେ କୋରକୁଣ୍ଡାସ୍ଥିତ ଶ୍ରୀ ଜଳେଶ୍ୱର ମାହାଦେବ ପୀଠରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କର୍ତ୍ତା ଭାବେ ଯୋଗ ଦେଇ ପାରମ୍ପରିକ ଆଦିବାସୀ ସଂସ୍କୃତି ଅନୁସାରେ ପୂଜା ଅର୍ଚ୍ଚନା ସହ ନିକଟସ୍ଥ ଟେକବାଡ଼ି ନଦୀରୁ ପବିତ୍ର ଜଳ ସଂଗ୍ରହ କରି ପୂଜାରେ ସଙ୍କଳ୍ପ କରିଥିଲେ।

କୋରୁକୋଣ୍ଡା ବ୍ଲକ ବିଡ଼ିଓ ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଜଳେଶ୍ବର ଶୈବ ପୀଠ ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜିତ ଆଜିର ଉକ୍ତ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି । ଜଳେଶ୍ଵର ଘାଟରୁ ପାଣି ଉଠାଯାଇ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ସମିତିର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ଲୋକ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ, ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ଅଧିକାରୀ, ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମସ୍ତ ଜନସାଧାରଣ ସମେତ ହଜାର ହଜାର ଜନସାଧାରଣଙ୍କ ସମାଗମରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଦଳର ନାଚଗୀତ, ପାରମ୍ପାରିକ ବାଦ୍ୟ,ବାଣଫୁଟାଇ କୋରୁକୁଣ୍ଡା ସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା । ଏହା ପରେ ଶୁକ୍ରବାର ଦିନ କୋରୁକୋଣ୍ଡା ଠାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବକୁ ଉଦ୍ଘାଟନ କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ନାରାୟଣ ପଣ୍ଡାଙ୍କ ଦ୍ଵାରା ପରିଚାଳିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ସେଠାରୁ ଏକ ରଥରେ ସମସ୍ତ କଳସକୁ ଅପରାହ୍ନ ୩ ଘଣ୍ଟିକା ସମୟରେ ମାଲକାନଗିରି ସଦର ମହକୁମା ସ୍ଥିତ ଭୈରବ ମନ୍ଦିରକୁ ଅଣାଯାଇ ସେଠାରୁ ସ୍ଥାନୀୟ ଲୋକନୃତ୍ୟ ପାରମ୍ପରିକ ଆଦିବାସୀ କୋୟା, ପରଜା ନୃତ୍ୟ ଓ ବାଜାର ସହ କଳସ ଯାତ୍ରାରେ ବାହାରି ସହର ପରିକ୍ରମା କରି ଅନ୍ତିମରେ ଜଗନ୍ନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରି ସେଠାରେ ସମସ୍ତ କଳସ ସୁରକ୍ଷିତ ଭାବେ ରଖା ଯାଇଛି।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଓ ଶଶାଙ୍କ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।
ଆସନ୍ତାକାଲିଠାରୁ ଜିଲ୍ଲାର ଛଅଟି ବ୍ଲକରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ପାଳିତ ହେବାକୁ ନେଇ ସମସ୍ତ ବ୍ଲକ ସମ୍ପୂର୍ଣ୍ଣ ଭାବେ ସଜବାଜ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା,ସଙ୍ଗୀତ, ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ସହ ପ୍ରତିଯୋଗୀ ପ୍ରଦର୍ଶନ ମାଧ୍ୟମରେ ସମ୍ପୂର୍ଣ ପ୍ରସ୍ତୁତ ହୋଇଯାଇଛନ୍ତି ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *