ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ଶିକ୍ଷକ/ ଅଭିଭାବକ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ୨୦୨୫-୨୬ ବର୍ଷର ପ୍ରଥମ ଶିକ୍ଷକ/ ଶିକ୍ଷୟିତ୍ରୀ, ଅଭିଭାବକ/ ଅଭିଭାବିକା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରି ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ , ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ମାଗଣା ପୁସ୍ତକ ଯୋଜନା, ମାଗଣା ସାଇକେଲ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମଞ୍ଚ।ସିନ ହୋଇ ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ଫଳାଫଳ ତର୍ଜମା କରିଥିଲେ।
ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜ।ନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅନ୍ତରା ଜାଲ,ଝରଣା ସାହୁ, ଅନୁପମା, କରିଷ୍ମା,ଅନିମା, ପ୍ରଜ୍ଞା କୁଦେଇ ଏହି ଅବସରରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ସଭାରେ ଦଶମ ଶ୍ରେଣୀର ପୂଜାରଣି ଦୀପ ବିଦ୍ୟାଳୟରେ ନିଜ ଉପଲବ୍ଧି ବିଷୟରେ ମତ ପ୍ରଦାନ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅଭିଭାବକ/ ଅଭିଭାବିକା ମାନଙ୍କ ମଧ୍ୟରୁ ପିତାମ୍ବର ସାହୁ ଓ ଶ୍ରୀମତୀ ତାଣ୍ଡିଆ ଗଠନମୂଳକ ସକାରାତ୍ମକ ମତ ପ୍ରକାଶ କରିଥିଲେ। ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମକୁ କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର