ମାୟାବର୍ହା ହାଇସ୍କୁଲଠାରେ “ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ “ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ଦିବସ ର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଅନ୍ତର୍ଗତ ବିନିକା ରେଞ୍ଜ ର ରେଞ୍ଜ ଅଫିସର ଡମ୍ବରୁଧର ପ୍ରଧାନ ମୁଖ୍ୟ ଅତିଥି ଓ ଫରେଷ୍ଟର ଜନ୍ମେଜୟ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି “ମା ପାଇଁ ଗଛ ଟିଏ ” ର ଆବଶ୍ୟକତା ବିଷୟରେ ମତ ପ୍ରକାଶ କରିଥିଲେ। ସମସ୍ତ ଅତିଥିମାନେ ପ୍ରଥମେ ବିଦ୍ୟାଳୟ ପରିସରରେ ଗଛ ଲଗାଇଥଲେ ଓ ପରେ ଏକ ଶୋଭାଯାତ୍ରାରେ ବାହାରି ଖେଳ ପଡିଆକୁ ଯାଇ ସାମୁହିକ ଭାବେ ପ୍ରାୟ ୨୦୦ ଗୋଟି ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ମାୟାବର୍ହା କୃଷି ସମବାୟ ସମିତି ସଭାପତି ରାଧାକାନ୍ତ ଜୁଆଡି , ମା ତାରିଣୀ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଡାକ୍ତର ପୌରଭି କର୍ମୀ ଯୋଗଦାନ କରିଥିଲେ। ଶିକ୍ଷକ ମନୋଜ କୁମାର ପୂଜାରୀ, ସମ୍ପଦ ଖମାରୀ, ନନ୍ଦିଘୋଷ ବାରିକ,ରାଜୁ ମେହେର, ସ୍ନିଗ୍ଧା ପ୍ରଧାନ , ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
