April 10, 2026
Home » ମାୟାବର୍ହା ହାଇସ୍କୁଲରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ଲୋକକଳା ଦିବସ ପାଳିତ

ମାୟାବର୍ହା ହାଇସ୍କୁଲରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ଲୋକକଳା ଦିବସ ପାଳିତ

0
WhatsApp Image 2026-04-10 at 3.36.52 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଆମ ଲୋକକଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ସେଠୀ ଓ ଦୀପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଓଡ଼ିଆ ଆମ କେବଳ ଭାଷା ନୁହେଁ ଏହା ଆମ ସଂସ୍କୃତି ବୋଲି ମତ ପ୍ରକାଶ କରିଥିଲେ।ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଆଭା ସାହୁ , ପ୍ରୀତି ପ୍ରଧାନ , ଆକାଶ ସାହୁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ର ରୀତି, ପରମ୍ପରା, ସଂସ୍କୃତିର ପ୍ରତୀକ ରୂପେ ଛାତ୍ରୀ ଦିପ୍ତିଶିଖା, ପାୟଲ , ଆୟୁଷୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶିକ୍ଷକ ନନ୍ଦିଘୋଷ ବାରିକ,ସଞ୍ଜୀବ ପୂଜାରୀ, କିରନ କୁମାର ପଟେଲ ,ଲିପି ପ୍ରଧାନ, ବିଭୀଷଣ ଖମାରୀ,, ସୂରଜ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *