April 4, 2026
Home » ମୁକ୍ତିଲାଭ କଲା ଚଳଚିତ୍ର ‘ ଅଧିକାର ‘*

ମୁକ୍ତିଲାଭ କଲା ଚଳଚିତ୍ର ‘ ଅଧିକାର ‘*

0
WhatsApp Image 2026-04-03 at 7.50.32 PM

ନବରଙ୍ଗପୁର : ମାନବ ଅଧିକାର ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଅଧିକାର’ ମୁକ୍ତିଲାଭ କରିଛି। ଏହି ଚଳଚିତ୍ର କୁ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ ପରିକଳ୍ପନା ଏବଂ ନିର୍ଦେଶନା ଦେଇଥିବା ବେଳେ ଚିତ୍ରନାଟ୍ୟ,କାହାଣୀ ତଥା ସଂଳାପ ଲେଖିଛନ୍ତି ଟେଲିଫିଲ୍ମ ନିର୍ଦେଶକ ମନୋଜ କୁମାର ପଟନାୟକ ଏବଂ ସମ୍ପାଦନା କରିଛନ୍ତି ଚନ୍ଦନ ବାହାଦୁର ।

ନବରଙ୍ଗପୁର ର ଏ . କାମେଶ୍ୱର ରାଓ (କାମି)ଙ୍କ ନେତୃତ୍ୱରେ ଜୟ ଜଗନ୍ନାଥ ଷ୍ଟୂଡିଓ ର କର୍ମକର୍ତ୍ତା ଏହି ଚଳଚିତ୍ର ରେ କେମେରା ପରିଚାଳନା କରିଛନ୍ତି । ବିଭିନ୍ନ ଭୂମିକାରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ , ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ , ବରିଷ୍ଟ କଳାକାର ସଂଜୀବ ସିଂ , ତୁଷାର କାନ୍ତି ଖୋସୋଲା, ପ୍ରକାଶ ଚନ୍ଦ୍ର ବାରିକ , ଶିବଶଙ୍କର ପାଢୀ , ଶିବ ଶଙ୍କର ତ୍ରିପାଠୀ ,ନିର୍ମଳ ସାହୁ ,ସୟମ ସାରଥି ସିଂ , ରୋଶନ ଲିମା , ସତ୍ୟପ୍ରକାଶ ଖଣ୍ଡୱାଲ,କିଷାନ ଲିମା, ତୁଫାନ ଶର୍ଦାର ଏବଂ ଲକ୍ଷ୍ମୀ ସିଂ ପ୍ରମୁଖ ଅଭିନୟ କରିଥିବା ବେଳେ ଉକ୍ତ ଚଳଚିତ୍ର ନିର୍ମାଣରେ ନବରଙ୍ଗପୁର ସଦର ଥାନା ଅଧିକାରୀ ସଂବିତ ବେହେରା ହିମାଂଶୁ ପଟନାୟକ , ହରିଶ ବେହେରା, ନବରଙ୍ଗପୁର ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହଯୋଗ କରିଛନ୍ତି । । ସୂଚନା ଯୋଗ୍ୟ ଯେ ଏହି ଚଳଚ୍ଚିତ୍ର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁଟିଂ ହୋଇଛି ଏବଂ ଓଡ଼ିଆ ଭାଷା ସମେତ ଆଞ୍ଚଳିକ ଭାଷାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ଜଣ ଜାଗରଣ ଉଦ୍ଦେଶ୍ୟରେ ନିର୍ମିତ ଏହି ଚଳଚ୍ଚିତ୍ର ଜନାଦୃତ ହୋଇପାରିବ ବୋଲି ଚଳଚ୍ଚିତ୍ର ର ସମସ୍ତ ସଭ୍ୟ ସଭ୍ୟା ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *