July 1, 2025
Home » ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଦେବଗଡ଼ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଦେବଗଡ଼ ଗସ୍ତ

0
deba--

ଆଜି ଦେବଗଡ ଜିଲ୍ଲାକୁ ଦିନିକିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଯୋଜନାର ଶୁଭ ଉଦଘାଟନ କରିବା ସହିତ କିଛି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ହେବା ସହିତ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଆଜିଦିନ ପ୍ରାୟ 12 ବେଳେ ଦେବଗଡ ସହର ବଡବଗିଚା ସ୍ଥିତ ହେଲିପ୍ୟାଡ ରେ ପହଞ୍ଚିଲେ। ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବଗଡ ଜିଲ୍ଲା ରେ ନିର୍ମିତ ମେଡିକାଲ ସମେତ ବିଭିନ୍ନ ସରକାରୀ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ସେହିଭଳି କିଛି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶହେ ଛପନ କୋଟି ଟଙ୍କା ର ପ୍ରକଳ୍ପ ଦେବଗଡ ଜିଲ୍ଲାକୁ ଭେଟି ଦେଇଥିଲେ । ସେହିଭଳି ଅଠେଇଶ କୋଟି ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ l ପରେ ପରେ ମୁଖ୍ୟମନ୍ତ୍ରୀ 300 ବେଡ ବିଶିଷ୍ଟ ନବ ନିର୍ମିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୋଠା କୁ ଯାଇ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ସ୍ତରରେ ବ୍ୟାପକ ବ୍ଯବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ଗ୍ରହଣ କରାଯାଇଛି। ଦେବଗଡ ଏସପି ଅନୀଲ କୁମାର ମିଶ୍ର ଙ୍କ ନେତୃତ୍ବ ରେ ସ୍ବତନ୍ତ୍ର ଟିମ କାର୍ଯ୍ୟକ୍ରମ ସ୍ଥଳ ଓ ବିଭିନ୍ନ ଜାଗା ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଦଶ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନାର ଅଫିସର ଙ୍କ ସହ ଜିଲ୍ଲା ବାହାରୁ ତିରିଶ ଜଣ ଅଫିସର ଙ୍କୁ ଆଣି ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ ମଣ୍ତନ କଲା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଦେବଗଡ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *