April 11, 2026
Home » ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-04-11 at 4.08.16 PM (1)

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଆବାସିକ ସମ୍ମିଳନୀ କକ୍ଷରେ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠିଗତ ବିବାହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ସ୍ୱଚ୍ଛଳତା ନ ଥିବା ୩୦ ଯୋଡି ଙ୍କ ବିବାହ ପାଇଁ ସୋନପୁର ସହରର ନୂତନ ଟାଉନହଲ ଠାରେ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଡ଼.ନୃପରାଜ ସାହୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମାଜସେବୀ ମାନଙ୍କୁ ଆହ୍ୱାନ କରିବା ସହ ଦାୟିତ୍ୱ ବଣ୍ଟନ କରିଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ ,ଡିଏସଡବ୍ଲୁଓ ବୀଣାପାଣି ମିଶ୍ର,ଡିଏସ ଏସ ଓ , ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ସିଡିଓ ତଥା ଇଓ ଅଶ୍ବିନୀ କୁମାର ମେହେର , ଉପଜିଲ୍ଲାପାଳ ଡ଼.ସୌମ୍ୟରୂପା ରଥ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝି,ଡିଆଇପିଆରଓ ପ୍ରୀତି ସୁନା, ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରିପାଠୀ ,ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଙ୍ଗୀ,ରେଆର କର୍ମକର୍ତ୍ତା ମନୋଜ କୁମାର ସ୍ଵାଇଁ ଏବଂ ସାମ୍ବାଦିକ ଉପସ୍ଥିତ ଥିଲେ। ପରିଶେଷରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଙ୍ଗୀ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *