August 21, 2026
Home » ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଅଚିହ୍ନା ଯୁବକକୁ ଉଦ୍ଧାର ଓ ଚିକିତ୍ସା କରାଇ ସୁସ୍ଥ ପରେ ପରିବାରଙ୍କୁ ହସ୍ତାନ୍ତର !

ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଅଚିହ୍ନା ଯୁବକକୁ ଉଦ୍ଧାର ଓ ଚିକିତ୍ସା କରାଇ ସୁସ୍ଥ ପରେ ପରିବାରଙ୍କୁ ହସ୍ତାନ୍ତର !

0
WhatsApp Image 2024-10-05 at 4.01.03 PM

ଛତ୍ରପୁର: ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଜଣେ ଅଚିହ୍ନା ଯୁବକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି । ଚିକିତ୍ସା ର ଏକ ସପ୍ତାହ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ
ସୂଚନା ଯୋଗ୍ୟ ଯେ’ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାର ହବୀପୁରଥାନା ଅନ୍ତର୍ଗତ ଦୁଲ୍ଲା କୁମାରପଡା ଗ୍ରାମର ବାଦଲହଂସଦା ହାଇଦ୍ରାବାଦରେ ଶ୍ରମିକ ରୂପେ କାମ କରୁଥିଲେ l ନିଜ ଗ୍ରାମକୁ ଫେରୁଥିବା ବେଳେ ଟ୍ରେନରେ ଯୁବକ ଜଣକ ଲୁଟ ଓ ଆକ୍ରମଣର ଶିକାର ହୋଇଥିଲେ l କିପରି କିମିତି ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ ୨୭ ତାରିଖ ଦିନ ମୂର୍ମୁଷ ଅବସ୍ଥାରେ ପଡ଼ିରହିଥିବା ବେଳେ, ତ୍ରିବେଣୀ ମଠ ଛକରେ ଗ୍ୟାରେଜ୍ କରିଥିବା ଚିକୁଜେନା ଦେଖି ସ୍ଥାନୀୟ ଇକୋ ୱାରୀୟର ସ୍ୱେଚ୍ଛାସେବୀ ଟିମ୍ ଙ୍କୁ ଖବର ଦେବାରୁ ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ସଞ୍ଜୟ ସ୍ୱାଇଁ,ପ୍ରଭାତ ସାହୁ, କରୁଣା ରେଡ୍ଡୀ,ବିଲୁ ବେହେରା ପହଁଞ୍ଚି ଉଦ୍ଧାର କରି ଚିକିତ୍ସାପାଇଁ ମେଡିକାଲ ନେଇଥିଲ ମଧ୍ୟ ନିଜର ପରିଚୟ, ଠିକଣା କହିବାକୁ ସକ୍ଷମ ହୋଇପାରିନଥିଲେ l ଏହା ମଧ୍ୟରେ ହବିପୁର ଥାନା ସହ ଫୋଟୋ ପଠାଇ ଯୋଗାଯୋଗ କରିଥିଲେ ଇକୋ-ୱାରିଅର ଟିମ l ଲଗାତାର ଚିକିତ୍ସାପରେ ଚାରିଦିନ ପରେ ଯୁବକଙ୍କ ନିଜର ଗାଁର ନାମ କହିଥିଲେ ମଧ୍ୟ ଆଉ କିଛି କହିପାରିନଥିଲେ l ପୁଣି ପୋଲିସ ସହ ଯୋଗଯୋଗ ପରେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇପାରିଥିଲା l ଆଜି ତାଙ୍କ ଶଳା ଶୈଳେନ୍ ମୁର୍ମୁ, ତାଙ୍କ ସ୍ତ୍ରୀ ସରଲାବେସ୍ରା ଗଞ୍ଜାମରେ ପହଁଞ୍ଚିଥିଲେ l ପରେ ଗଞ୍ଜାମ ଆଇ.ଆଇ.ସି. ସୁମିତ୍ରା ପାତ୍ର, ସେକେଣ୍ଡ ଅଫିସର ସୁପ୍ରଭା ସାହୁଙ୍କ ଉପସ୍ଥିତରେ ଏକ ସପ୍ତାହ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ଇକୋ-ୱାରିଅର ଟିମ୍ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରେ ବସାଇ ଯୁବକ ର ଗ୍ରାମକୁ ଛାଡିଥିଲେ ।।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।